fbpx

ଆଜି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ

ଆଜି ଅବସର ନେବେ ଜଷ୍ଟିସ ଏନ୍‌.ଭି.ରମନ୍ନା

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନ୍ନା ଶନିବାର ତାଙ୍କର ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ଶନିବାର ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ । ସମ୍ବିଧାନର ଧାରା ୧୨୪ର ଉପଧାରା (୨) ଅନୁସାରେ ଜଷ୍ଟିସ ଲଲିତଙ୍କୁ ଗତ କିଛି ଦିନ ତଳେ ରାଷ୍ଟ୍ର ତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ପ୍ରଦାନ କରିଥିଲେ । ତେବେ ଅବସର ପୂର୍ବରୁ ଦେଶରେ ପ୍ରଗତିଶୀଳ ଆଇନ୍‌ ବ୍ୟବସ୍ଥା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଦେବା ସହ ସଂସ୍କାରମୂଳକ ପଦକ୍ଷେପ ନେଇ ଜଷ୍ଟିସ ରମନ୍ନା ବେଶ୍‌ ଚର୍ଚ୍ଚିତ ରହିଥିଲେ ।

ଗୁରୁବାର ଗୁଜରାଟ ଗଣଦୁଷ୍କର୍ମ ପୀଡ଼ିତା ବିଲ୍‌କିସ ବାନୋଙ୍କ ଦୋଷୀକୁ ମୁକ୍ତି ଓ ପେଗାସସ ମାମଲାର ଶୁଣାଣି ମଧ୍ୟ ଜଷ୍ଟିସ ରମନ୍ନା କରିଥିଲେ । ବିଲ୍‌କିସଙ୍କ ଦୋଷୀଙ୍କ ମୁକ୍ତିକୁ ବିରୋଧ କରି ଦାୟର ପିଟିସନର ଶୁଣାଣି କରି ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ । ତେବେ ନବନିଯୁକ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁ.ୟୁ.ଲଳିତ ୨୦୧୪ରେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ଲଳିତ ହେଉଛନ୍ତି ଦେଶର ୨ୟ ସିଜେଆଇ ଯିଏକି ସିଧାସଳଖ ବାର୍‌ରୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ।

Get real time updates directly on you device, subscribe now.