fbpx

ଭାରତର ପେସ ଆଟାକକୁ ରୋକି ପାରିଲାନି ପାକିସ୍ତାନ: ଟିମ ଇଣ୍ଡିଆକୁ ୧୪୮ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭୁବିଙ୍କ ସ୍ୱିଙ୍ଗ ଓ ପାଣ୍ଡ୍ୟାଙ୍କ ଜବରଦସ୍ତ ବୋଲିଂ ଆଗରେ ନତମସ୍ତକ ହୋଇଛି ପାକିସ୍ତାନ । ବାବର ବ୍ରିଗେଡ ପାଇଁ ଆଜି ଦୁଃସ୍ୱପ୍ନ ପାଲଟି ଯାଇଛି ଟିମ ଇଣ୍ଡିଆର ମଜବୁତ ପେସ ଆଟାକ । ପାକିସ୍ତାନର ମିଡିଲ ଅର୍ଡରକୁ ପାଣ୍ଡ୍ୟା ଏବଂ ଧ୍ୱସ୍ତ ବିଧ୍ୱସ୍ତ କରିଛି ରୋହିତ ସେନା । ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟିଂ ଉପରେ ଭାରୀ ପଡିଛି ଇଣ୍ଡିଆନ ପେସ ଆଟାକ । ଫଳରେ ମାତ୍ର ୧୪୭ ରନରେ ହିଁ ଅଲ ଆଉଟ ହୋଇ ପାଭିଲିୟନ ଫେରିଛି ପାକ୍ ସେନା ।

Image

ପାକିସ୍ତାନର ବ୍ୟାଟିଂ ଅର୍ଡରକୁ ଧୂଳି ଚଟାଇବା ପରେ ଏବେ ଟିମ ଇଣ୍ଡିଆ ଆଗରେ ରହିଛି ରନର ବିଜୟ ଲକ୍ଷ୍ୟ । ଦଳ ତରଫରୁ ଆଭେଶ ଖାନ ଗୋଟିଏ ଏବଂ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନର ଦୁର୍ବଳତା ଉପରେ ଦମଦାର ପ୍ରହାର କରିଥିଲେ । ଓପନର ମହମ୍ମଦ ରିଜୱାନଙ୍କ ସମେତ ପାକିସ୍ତାନ ମିଡିଲ ଅର୍ଡରର ଷ୍ଟାର ଖେଳାଳିମାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ପାଣ୍ଡ୍ୟା । ୪ ଓଭରରେ ୨୫ ରନ ଦେଇ ସେ ମୋଟ ୩ ଜଣ ପାକ୍ ଖେଳାଳିଙ୍କୁ ଶିକାର କରିଛନ୍ତି । ତେବେ ମ୍ୟାଚର ସବୁଠୁ ବଡ ଷ୍ଟାର ପାଲଟି ଯାଇଛନ୍ତି ସ୍ୱିଙ୍ଗର ରାଜକୁମାର ଭୁବନେଶ୍ୱର କୁମାର । ୪ ଓଭରରେ ୨୬ ରନ ବ୍ୟୟ କରିଥିଲେ ବି ବାବର ଆଜମ ଏବଂ ଅନ୍ୟ ୩ ଜଣଙ୍କୁ ନିଜ ଜାଲରେ ଫସାଇବାରେ ସେ ସଫଳ ହୋଇଛନ୍ତି ।

ଭାରତର ପେସ ଆଟାକ ଆଗରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିବାରେ ସକ୍ଷମ ହୋଇନାହାନ୍ତି । ତେବେ ଓପନର ମହମ୍ମଦ ରିଜୱାନ ଦଳ ପକ୍ଷରୁ ସର୍ବାଧିକ ୪୩ ରନର ପାଳି ଖେଳିଥିଲେ । ତାଙ୍କ ବ୍ୟତୀତ ଦଳର ଅଧିକାଂଶ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ମଧ୍ୟ ସଫଳ ହୋଇନାହାନ୍ତି । ଫଳରେ ମାତ୍ର ୧୪୭ ରନରେ ଅଟକି ଯାଇଛି ପାକିସ୍ତାନ । ତେବେ ଭାରତକୁ ଏହି ମ୍ୟାଚ ଜିତିବା ପାଇଁ ୧୪୮ ରନର ବିଜୟ ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.