fbpx

ସୋନାଲୀ ଫୋଗଟଙ୍କ ମୃତ୍ୟୁର ବଡ ଖୁଲାସା! ପୋଷ୍ଟମର୍ଟମ କରିଥିବା ଡାକ୍ତର ଦେଳେ ନୂଆ ରିପୋର୍ଟ

ମୁମ୍ବାଇ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲୀ ଫୋଗଟଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଅପଡେଟ । ସୋନାଲୀଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତର ନିଜେ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଥିବା ନେଇ ଡାକ୍ତର ପ୍ରକାଶ କରିଥିବା ବେଳେ ଆହୁରି ଅନେକ କଥା ଉପରେ ସେ ସୂଚନା ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ରଚା ଯାଇଥିଲା ସୋନାଲୀଙ୍କ ମୃତ୍ୟୁର ବିଶାଳ ଷଡଯନ୍ତ୍ର ? ପୋଷ୍ଟମର୍ଟମ ପରେ କ’ଣ ରହିଛି ଡାକ୍ତରଙ୍କ ପ୍ରତିକ୍ରିୟା?

ସୋନାଲୀଙ୍କ ପୋଷ୍ଟମର୍ଟମ କରିଥିବା ଦୁଇ ଜଣ ଡାକ୍ତରଙ୍କ ମଧ୍ୟରୁ ଡା. ମନ୍ଦାର କଣ୍ଟକ ଏହି ସୂଚନା ଦେଇଛନ୍ତି । ସୋନାଲୀଙ୍କ ହାତ ଏବଂ ଗୋଡରେ କିଛି କ୍ଷତ ଚିହ୍ନ ରହିଥିବା ବେଳେ କହିଛନ୍ତି ଡା. ମନ୍ଦାର । ତେବେ ବାଥରୁମ କାନ୍ଥରେ ପିଟି ହୋଇଯିବାରୁ ତାଙ୍କର ଏପରି କ୍ଷତ ହୋଇଥିବା କେହି ଜଣେ ମନ୍ତବ୍ୟ ଦେଇଥିଲେ ବୋଲି କହିଛନ୍ତି ଡାକ୍ତର । ଏହାବ୍ୟତୀତ ମୃତ୍ୟୁର ୨ ଦିନ ପରେ ପୋଷ୍ଟ ମର୍ଟମ କାହିଁକି କରାଯାଇଥିଲା ବୋଲି ଆଶ୍ଚର୍ଯ୍ୟ ହୋଇଛନ୍ତି ଡା. ମନ୍ଦାର । ସହେିପରି ସୋନାଲୀଙ୍କ ମୃତ୍ୟୁ ପୂର୍ବରୁ ଡ୍ରଗ୍ସ ନେଇଥିବା ଘଟଣା ଉପରେ ମଧ୍ୟ ସେ ମତ ପ୍ରକାଶ କରିଛନ୍ତି । ସୋନାଲୀଙ୍କୁ ଦିଆଯାଇଥିବା ଡ୍ରଗ୍ସ ମଧ୍ୟ ଏକ ବିଷ ବୋଲି କହିଛନ୍ତି ଡା. ମନ୍ଦାର ।

ସୂଚନା ଅନୁସାରେ, ନର୍ଥ ଗୋଆର ଏକ ପାର୍ଟିରେ ହଠାତ୍ ଅସହଜ ଅନୁଭବ କରିଥିଲେ ସୋନାଲୀ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସିସିଟିଭି ଫୁଟେଜରେ ପିଏ ସୁଧୀର ଏବଂ ତାଙ୍କ ବନ୍ଧୁ ସୁଖୱିନ୍ଦର ସୋନାଲୀଙ୍କୁ ଜୋର କରି ଡ୍ରଗ୍ସ ପିଆଉଥିବାର ଭିଡିଓ ରେକର୍ଡ ହୋଇଛି ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲୀଙ୍କ ମୃତ୍ୟୁର ପ୍ରକୃତ ଅପରାଧୀକୁ ଖୋଜି ବାହାର କରିବା ପାଇଁ ପୋଲିସ ଖୋଳତାଡ ଜାରି ରଖିଛି ।

Get real time updates directly on you device, subscribe now.