fbpx

ମୃତ ମାଙ୍କଡ଼ର ହେଲା ଅନ୍ତିମ ସଂସ୍କାର, ଶୁଦ୍ଧିକ୍ରିୟା ସାମିଲ ହେଲା ପଶୁ ପ୍ରେମୀ ଓ ଗ୍ରାମବାସୀ

ନୂଆଦିଲ୍ଲୀ: ଜନ୍ମ-ମୃତ୍ୟୁର ଚକ୍ରରେ ମୃତ୍ୟୁ ଯେ ଚିରନ୍ତନ ସତ୍ୟ ଏକଥାକୁ ଆମେ କେବେ ଅସ୍ୱୀକାର କରିପାରିବା ନାହିଁ । ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଇଥାଏ ହେଲେ ଏହା ଧର୍ମାନୁସାରେ ଭିନ୍ନ ଭିନ୍ନ ତରିକାରେ କରାଯାଇଥାଏ । ସବୁଠୁ ବଡ଼କଥା ହେଉଛି, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମଣିଷ ବ୍ୟତୀତ ପଶୁମାନଙ୍କର ବି ଅନ୍ତିମ ସଂସ୍କାର କରିଥାନ୍ତି । ଏପରି ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ।

ଖବର ମୁତାବକ, ଗୁରୁବାର ତାଜଗଞ୍ଜର ଶ୍ୟାମସାବାଦ ରାସ୍ତାରେ ଥିବା ଶିମୋ ଗ୍ରାମରେ ମାଙ୍କଡମାନଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା । ଯେଉଁଥିରେ ଏକ ମାଙ୍କଡ଼ ଗୁରୁତର ଆହତ ହୋଇଥିଲା ଏବଂ ଦେଖୁ ଦେଖୁ କିଛି ସମୟ ଭିତରେ ମାଙ୍କଡ଼ଟି ମରିଗଲା । ମାଙ୍କଡ଼ର ମୃତ୍ୟୁ ପରେ ସେହି ଗାଁର ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମନ୍ଦିର ପରିସରରେ ତାର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଦିନରେ ଯେଉଁଠି ନିଜ ପରିବାର-ଆତ୍ମୀୟସ୍ୱଜନ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ପଶୁମାନଙ୍କ ପ୍ରତି ପ୍ରେମଭାବନାକୁ ସାଧାରଣରେ ପ୍ରଶଂସା କରାଯାଉଛି । ତେବେ ଏକଥା ଶିମୋ ଗ୍ରାମରେ କିଛି ନୂଆକଥା ନୁହେଁ, ଆଗରୁ ୨୦୦୪-୨୦୦୫ରେ ଏପରି ଘଟଣା ଘଟିଥିବା ସେମାନେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ । ସେତେବେଳେ ଏହି ଘଟଣା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ଲଣ୍ଡା ହେବା ସହ ଆଗକୁ ତ୍ରୟୋଦଶ କ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଥିଲେ, ଯାହା ସେ ଅଞ୍ଚଳରେ ଏକ ଭିନ୍ନ ବାତାବରଣ ଆଣିଦେଇଛି ।

Get real time updates directly on you device, subscribe now.