fbpx

ଅଡୁଆରେ Flipkart: ସୁଶାନ୍ତ ସିଂ ଟି ସାର୍ଟରେ ଏପରି ଲେଖିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ଟି ସାର୍ଟକୁ ନେଇ ବର୍ତ୍ତମାନ ଅଡୁଆ ରେ ପଡିଛି ଇ-କମର୍ସ ବିଜିନେସ୍ ଆପ ଫ୍ଲିପ କାର୍ଟ । ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସମାନେ ଫ୍ଲିପ୍ କାର୍ଟ ଉପରେ ସୁଶାନ୍ତଙ୍କ ମୃତ୍ୟୁକୁ ଉପହାସ କରିବା ଏବଂ ତାଙ୍କ ବିରୁଦ୍ଧରେ ଅପପ୍ରଚାର କିବାର ଆରୋପ ଲଗାଇଛନ୍ତି । ଏଥିସହିତ ନିଜର ମାର୍କେଟିଙ୍ଗ ପାଇଁ ଫ୍ଲିପ୍ କାର୍ଟ ଶସ୍ତା ଉପାୟ ଆପଣାଉଥିବା ଅଭିଯୋଗ ହୋଇଛି । ଯହାକୁ ନେଇ ବର୍ତ୍ତମାନ ଫ୍ଲିପ୍ କାର୍ଟର ଅଡୁଆ ବଢି ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଇ-କମର୍ସ ବିଜିନେସ୍ ଆପ ଫ୍ଲିପ କାର୍ଟ ଅଭିନେତା ସୁଶାନ୍ତ ସିଂଙ୍କ ପଟୋ ଥିବା ଏକ ଟି-ସାର୍ଟରେ ସିଶାନ୍ତ ସିଂଙ୍କ ଫଟୋ ତଳକୁ ଏକ ମେସେଜ ଲେଖା ଯାଇଛି । ଯେଉଁଥିରେ ଲେଖା ଅଛି ଡିପ୍ରେସନ ନିଜକୁ ବୁଡାଇବା ଭଳି ଏକ ଅନୁଭବ । ତେବେ ଏହି ଟି-ସାର୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ଫ୍ଲିପ କାର୍ଟକୁ ବୟକଟ କରିବାକୁ ଦାବି ଜୋର ଧରିଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଫ୍ଲିପ୍ କର୍ଟ ।

Sushant Singh Rajput, Flipkart, T shirt, Boycott Flipkart, Depression, Sushant Singh Rajput fans, Twitter Flipkart, Twitter Sushant Singh Rajput, सुशांत सिंह राजपूत, फ्लिपकार्ट

ଫ୍ଲିପ କାର୍ଟ ଟି ସାର୍ଟରେ ଲେଖିଥିବା ମେସେଜକୁ ନେଇ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଫ୍ୟାନ୍ସମାନେ ରାଗିଯାଇଥିଲେ । ଏଥିସହିତ ସୁଶାନ୍ତଙ୍କ କିଛି ଫ୍ୟାନ୍ସ ପ୍ଲିପ୍ କାର୍ଟକୁ ଭୁଲ ମାଗିବାକୁ ଦାବୀ କରିଥିବା ବେଳେ ଆଉ କିଛି ଲୋକ ଏହି ଟି ସାର୍ଟକୁ ବିକ୍ରି ନ କରିବାକୁ ଦାବୀ କରିଛନ୍ତି । ତେବେ ବର୍ତ୍ତମାନ ଏହି ଟି ସାର୍ଟ ପ୍ଲିପ୍ କାର୍ଟ ସାଇଟ୍ ରେ ଉପଲବ୍ଧ ନଥିବା ଜଣା ପଡିଛି ।

Get real time updates directly on you device, subscribe now.