fbpx

ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର:ବିଜେପିର ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ ସୋମବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ବିଜେପି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ବିଜେପି ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁପ୍ରସ୍ତୁତି କରାଯାଇଛି ।

ଏହି ଦୁଇ ଦିନିଆ ଗସ୍ତରେ ସେ ରାଜ୍ୟ ସଂଗଠନକୁ ଶକ୍ତିଶାଳୀ କରିବା ନେଇ ଦଳୀୟ ନେତା ମାନଙ୍କସହ ବିଚାର ଆଲୋଚନା କରିବେ। ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ବିଜେପି କେନ୍ଦ୍ରୀୟ ଦଳ ଡି ପୁରନ୍ଦେଶ୍ୱରୀଙ୍କ (D. Purandeswari) ବଦଳରେ ସୁନୀଲଙ୍କୁ (Sunil Bansal) ନୂଆ ଦାଇତ୍ୱ ଦେଇଛି ।ଉତ୍ତରପ୍ରଦେଶରେ ଦୁଇଥର ସରକାର ଗଠନରେ ତାଙ୍କ ଅବଦାନ ରହିଛି। ଓଡ଼ିଶାରେ ସଂଗଠନକୁ ମାର୍ଗଦର୍ଶନରେ ତାଙ୍କର ବଡ ଭୂମିକା ରହିବ ବୋଲି କୁହାଯାଇଛି।ବର୍ତ୍ତମାନ ଫୋକସରେ ରହିଛି ୨୦୨୪ ନିର୍ବାଚନ । ଯାହା ପାଇଁ ଦଳ ଏବେ ଠାରୁ ରାଣନୀତି ପ୍ରସ୍ତୁତ କରୁଛି । ଏହା ସହିତ ପ୍ରଥମ ଥର ଓଡିଶା ଗସ୍ତରେ ଆସି ଓଡିଶାରେ ବିଜେପିର ସ୍ଥିତିର ସମୀକ୍ଷା କରିବେ ବଂଶଲ ।

Get real time updates directly on you device, subscribe now.