fbpx

ପର୍ଯ୍ୟଟକଙ୍କ ନିକଟକୁ ଆସିବାକୁ ଦେଲାନାହିଁ ମା’: ଶୁଣ୍ଢରେ ଅଟକାଇଦେଲା ଛଆକୁ…

ମଣିଷ ହେଉ କିମ୍ବା ପଶୁ, ନିଜ ସନ୍ତାନର ସୁରକ୍ଷା ପାଇଁ ସବୁ ମା’ ଚିନ୍ତିତ ଥାନ୍ତି । ନିଜ ସନ୍ତାନ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାଏ ମା’ । ପଶୁମାନେ ମଧ୍ୟ ନିଜ ଛୁଆ ପାଇଁ ବେଶ୍ ଚିନ୍ତିତ ଥାନ୍ତି । ତେବେ ବର୍ତ୍ତମାନ ଏଭଳି ଏଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣବି ମା’ର ମମତାକୁ ଅନୁଭବ କରିପାରବେ । କେମିତି ପଶୁ ହେଲେ ବି ନିଜ ଛୁଆ ପାଇଁ ବ୍ୟଗ୍ର ହେଉଛି ଏହି ହାତୀ ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଏକ ସଫାରୀରେ କିଛି ପର୍ଯ୍ୟଟକ ମାନେ ବୁଲୁଛନ୍ତି । ଆଉ ଏହି ସମୟରେ ଏକ ମା’ ହାତୀ ତା’ ଛୁଆ ସହ ରାସ୍ତା ପାର୍ ହେବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ରାସ୍ତା ପାର୍ ସମୟରେ ହାତୀ ଛୁଆଟି ପର୍ଯ୍ୟଟକଙ୍କ ଆଡ଼କୁ ଚାଲିଆସୁଛି । ଯାହାକୁ ଦେଖି ସଙ୍ଗେ ସଙ୍ଗ ମା’ ହାତୀ ଛୁଆକୁ ଷୁଣ୍ଢରେ ଭିଡ଼ିନେଇ ସୁରକ୍ଷା ଦେଉଛି । ବୋଧହୁଏ ମା’ ହାତୀକୁ କୌଣସି ଭୟର ଆଭାସ ହୋଇଥାଇପାରେ । ସତରେ ନିଜ ସନ୍ତାନ ପାଇଁ ମା’ ସବୁବେଳେ ବ୍ୟଗ୍ର ।

ସେପଟେ ଏହି ଭିଡିଓକୁ ଅନେକ ୟୁଜର୍ସ ପସନ୍ଦ କରିବା ସହ ଅନେକ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.