fbpx

ଶେଖ ହସିନା ଏବଂ ପିଏମ୍ ମୋଦିଙ୍କ ଦ୍ୱିପକ୍ଷ ବୈଠକ: ସ୍ୱାକ୍ଷରିତ ହେଲା ଏହି ୭ ଚୁକ୍ତି

ନୂଆଦିଲ୍ଲୀ: ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପି.ଏମ୍ ମୋଦଙ୍କ ଦ୍ୱିପକ୍ଷ ବୈଠକରେ ଉଭୟ ଦେଶ ୭ଟି ଚୁକ୍ତି ଉପରେ ଆଲୋଚନା କିଛନ୍ତି । ଏହି ସମୟରେ ପି.ଏମ୍ ମୋଦି ବିଗତ ବର୍ଷରେ ବାଙ୍ଗଲା ଦେଶର ୫୦ ତମ ସ୍ୱାଧିନତା ଦିବସ ଖୁବ୍ ଧୁମଧାମରେ ପାଳନ କରିଥିବା କହିଛନ୍ତି । ଏଥିସହତ ସେ ଆହୁରି ମଧ୍ୟ କହିଥିଲେ ଯେ ଆମେ ପ୍ରଥମ ଥର ମନ୍ତ୍ରୀ ଦିବସ ମଧ୍ୟ ପାଳନ କରିଥିଲୁ । ତେବେ ଭାରତ ଏବଂ ବାଙ୍ଗଲାଦେଶର ସମ୍ବନ୍ଧ ଆଗକୁ ଅନେକ ନୂଆ ନୂଆ ସଫଳତା ହାସଲ କରିବ । ଏଥିସହିତ ବର୍ତ୍ତମାନ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସହଯୋଗ ଭଲ ଥିବା ସହିତ ବ୍ୟାପାର ମଧ୍ୟ ଭଲ ହେଉଥିବା ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ସେହିପରି ଆଇଟି, ଅନ୍ତରୀକ୍ଷ ଏବଂ ପରମାଣୁ ଆଦି ବଢାଇବାକୁ ମଧ୍ୟ ନିଷ୍ପତି ନେଇଛନ୍ତି । ତେବେ ପାୱାର ଟ୍ରାସମିଶନ ଲାଇନ୍ ସମ୍ବମନ୍ଧରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଟନା ଚାଲିଥିବା ଜଣା ପଡିଛି ।

ଉଭୟ ଦେଶ ନିଜ ନିଜର ସମସ୍ୟା ଉପରେ ଆଲୋଚନା କରିବା ସହ ପରସ୍ପରକୁ ସହେଯାଗ ଏବଂ ସୁ ସମ୍ପର୍କ ସ୍ଥାପନକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ଏତତ୍ ବ୍ୟତୀତ ଉଭୟ ଦେଶର ପ୍ରଧାନ ମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ମୁଦ୍ଦା ଉପରେ ଆଲୋଚନା କରିଥିଲେ । ସେହିପରି ବାଙ୍ଗଲା ଦେଶର ପ୍ରଧାନ ମନ୍ତ୍ରୀ ଶେଖ ହସିନା ଭାରତର ଆଜାଦ ଅମୃତ ଦିବସର ଶୁଭ କାମନା ଦେବା ସହ କହିଥିଲେ ଏହି ଅବସରରେ ଭାରତ ସରକାର ଏବଂ ମୋର ସମସ୍ତ ଭାରତୀୟ ମିତ୍ରମାନଙ୍କୁ ଆଜାଦି ଅମୃତ ମହୋତ୍ସବର ସଫଳ ସମାପନ ପାଇଁ ଶୁଭେଚ୍ଛା ଜଣାଉଛି । ଏଥିସହିତ ମୁଁ ଆଗାମି ୨୫ ବର୍ଷ ପର୍ଯ୍ୟନ୍ତ ମୋର ଶୁଭକାମନା ଜଣାଉଛି ।

ଉଭୟ ଦେଶ ମଧ୍ୟରେ ହୋଇଥିବା ୭ଟି ଚୁକ୍ତି:

୧- ଉପର ସୁରମା କୁଶିୟାରା ପ୍ରକଳ୍ପ, ସିଲହେଟ୍ ଭାୟା ରହୀପୁର ଅଧୀନରେ ବାଙ୍ଗଲାଦେଶ ଦ୍ୱାରା କୁଶିୟାରା ନଦୀକୁ ୧୫୩ କ୍ୟୁସେକ୍ ଜଳ ନିଷ୍କାସନ ଉପରୋ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

୨- ଭାରତର ବୈଜ୍ଞାନିକ ଏବଂ ଉଦୌଗୀକରଣ ଅନୁସନ୍ଧାନ-CSIR ଏବଂ ବାଙ୍ଗଲାଦେଶ ବୈଜ୍ଞାନିକ ଏବଂ ଉଦୌଗୀକରଣ ଅନୁସନ୍ଧାନ- BCSIR ମଧ୍ୟରେ ବୈଜ୍ଞାନିକ ସହଯୋଗ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

୩- ନ୍ୟାସନାଲ ଜୁଡିସିଆଲ୍ ଏକାଡେମୀ ଅଫ୍ ଇଣ୍ଡିଆ, ଭଓପାଳ ଏବଂ ବାଙ୍ଗାଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

୪- ଭାରତୀୟ ରେଳବାଇର ତାଲିମ୍ ପ୍ରତିଷ୍ଠାନରେ ବାଙ୍ଗାଦେଶ ରେଳ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ରେଳ ମନ୍ତ୍ରଣାଳୟ, ଭାରତ ଏବଂ ବାଙ୍ଗଲା ଦେଶ ରେଳ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

୫- ବାଙ୍ଗଲାଦେଶ ପାଇଁ ରେଳବାଇ ଆଇଟି ସମାଧାନରେ ସହେଯାଗ ପାଇଁ ରେଳ ମନ୍ତ୍ରଣାଳୟ, ଭାରତ ଏବଂ ବାଙ୍ଗଲା ଦେଶ ରେଳବାଇ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

୬- ପ୍ରସାର ଭାରତୀ ଏବଂ ବାଙ୍ଗଲାଦେଶ ଟେଲିଭିଜନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

୭- ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ବାଙ୍ଗଲା ଦେଶ ସ୍ପେସ୍ ଏଜେନ୍ସି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

Get real time updates directly on you device, subscribe now.