fbpx

IAS Officer ହେବା ପାଇଁ ଇଂରାଜୀ ଆବଶ୍ୟକ କି ? ପ୍ରସ୍ତୁତି ପୂର୍ବରୁ ଜାଣନ୍ତୁ ଏହାର ଉତ୍ତର

ଲୋକ ସଂଘ ଆୟୋଗ ଦ୍ୱାରା ପ୍ରସ୍ତୁତ ସିଭିଲ ସର୍ଭିସ୍ ପରିକ୍ଷାରେ ଉତ୍ତୀର୍ଣ୍ଣ ହେବା ବହୁତ କଷ୍ଟକର ହୋଇଥାଏ । କାରଣ ଏହା ଦେଉଛି ଦେଶର ର ସବୁଠାରୁ କଠିନ ପରିକ୍ଷାମାନଙ୍କ ମଧ୍ୟରୁ ଗୋଟିଏ । ଏହି ପରିକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତଛାତ୍ରୀମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ତେବେ ଅନେକ ସମୟରେ କୁହାଯାଏ କି ଯେଉଁମାନେ ଇଂରାଜୀରେ ଏହି UPSC Exam ଦେଇଥାନ୍ତି ସେହି ପିଲାମାନେ ହିଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ ବାସ୍ତବରେ ଏହା ସତ ନୁହେଁ , କାରଣ ହିନ୍ଦି ମିଡିୟମରେ ପଢୁଥିବା ଅନେକ ଛାତ୍ର UPSC Exam ରେ ଉତ୍ତୀର୍ଣ୍ଣ ହୋଇ ଆଇଏସ୍ ଅଫିସର ହୋଇଛନ୍ତି । ତେବେ IAS Officer ହେବା ପାଇଁ ପ୍ରକୃତରେ ଇଂରାଜୀ ଆବଶ୍ୟକ କି ନାହିଁ ବର୍ତ୍ତମାନ ଆସନ୍ତୁ ଜାଣିବା ।

IAS Officer ହେବା ପାଇଁ ଇଂରାଜୀ ଆବଶ୍ୟକ କି: UPSC Exam ପାସ୍ କରିବା ପାଇଁ ପ୍ରକୃତରେ ବହୁତ ଭଲ ଇଂରାଜୀର ଆବଶ୍ୟକତା ନାହିଁ । ଇଂରାଜୀ ଏତିକି ଜାଣିବା ଆବଶ୍ୟକ ଯେ ଜଣେ ସଧାରଣ ଇଂରାଜୀ ଭାଷାରେ କହୁଥିବା କଥାକୁ ବୁଝିପାରୁଥିବା ଦରକାର । ତେବେ ଏହି UPSC Exam ରେ ତିନି ପ୍ରକାରର ଇଂରାଜୀ ପ୍ରଶ୍ନ ହୋଇଥାଏ । ଯେଉଁ ଥିରେ ଇଂରାଜୀରେ ପ୍ରବନ୍ଧ ଲେଖିବା , ଇଂରାଜୀ ଗଦ୍ୟାଶଂକୁ ୧/୩ ଭାଗରେ ସଂକ୍ଷିପ୍ତ କରିବା ଏବଂ ଇଂରାଜୀ ଗଦ୍ୟାଶଂରେ ଲୁଚିଥିବା ପ୍ରଶ୍ନର ଉତ୍ତର ଦେବା ଆଦି ସାମିଲ ଥାଏ । ତେବେ ଏହାକୁ ବୁଝିବା ପାଇଁ ଆପଣଙ୍କୁ କିଛି ମାତ୍ରାରେ ଇଂରାଜୀ ଆସୁଥିବା ଆବଶ୍ୟକ ।

Get real time updates directly on you device, subscribe now.