ଓଡ଼ିଶା ଭାସ୍କର: ଆଉ ସହି ହେବ ନାହିଁ ଅନ୍ୟାୟ। ମାଆ ଆଉ କେତେ ସହିବେ । ସେଥିପାଇଁ ମାଆ ରାଗିଛନ୍ତି । ଜାହାର ପରିଣାମରେ ଚିଲିକାରରେ ବୁଡ଼ୁଛି ବାରମ୍ବାର ଡଙ୍ଗା । ଘଟି ଚାଲିଛି ଅଘଟଣ ପରେ ଅଘଟଣ । କେହିବି ଏହାକୁ ଅଟକାଇ ପାରୁ ନାହାଁନ୍ତି । ହସଖୁସିରେ ବାହାରିଥିବା ଡଙ୍ଗା ଅଚାନକ ମଝି ଚିଲିକାରେ ବୁଡ଼ିଯାଉଛି । ମାଡ଼ି ଆସୁଛି ପବନ ଲହଡ଼ି । ଡଙ୍ଗାକୁ ସମ୍ବାଳିପାରୁନି ନାଉରିଆ । ଆଉ ବୁଡ଼ିଯାଉଛି ଡଙ୍ଗା ।
ଯଦି ଦେଖିବା ୨୦୧୮ ମସିହା ଜୁନ୍ ୧୬ ତାରିଖରେ ଚିଲିକାରେ ବାଳ ଭୋଜି ପାଇଁ ବାହାରିଥିଲେ ୩ ପରିବାର । ଡଙ୍ଗା ବୁଡ଼ିଯିବାରୁ ୯ଜରଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୦ ପେବୃଆରୀ ୨ରେ ପୁଣି ହୋଇଥିଲା ଡଙ୍ଗାବୁଡ଼ି । ଯେଉଁଥିରେ ସମସ୍ତେ ମରଣ ମୁହଁରୁ ବଞ୍ଚିଯାଇଥିଲେ । ହେଲେ ଏତିକିରେ ଅଟକି ନଥିଲା ଡଙ୍ଗା ବୁଡ଼ିର ତାଲିକା । ୨୦୨୨ରେ ମେ ୫ରେ କାର୍ଯ୍ୟପାଇଁ ଯାଉଥିବା ବେଳେ ମଝି ଚିଲିକାରେ ଡଙ୍କା ବୁଡ଼ିଯାଇଥିଲା । ଯେଉଁଥିରେ ସମସ୍ତେ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୨ ସେପ୍ଟେମ୍ବର ୪ ତାରିଖରେ ପୁଣିଥରେ ମଝି ଚିଲିକାରେ ବୁଡ଼ିଯାଇଥିଲା ଡଙ୍ଗା ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏସବୁ ଡଙ୍ଗାବୁଡ଼ିକୁ ନେଇ ମନ୍ଦିର ପୂଜକ କହିଛନ୍ତି କି ମନରେ ଖରାବ ଭାବନା ନେଇ ଆସିବାରୁ ଏମିତି ଅଘଟଣ ଘଟୁଛି ।
ସେପଟେ ଚିଲିକାରେ ପୂର୍ବରୁ ଅନେକ ବାର ନୌକା ଦୂର୍ଘଟଣା ଏବଂ ରବିବାର ସଦ୍ୟ ଅଘଟଣ ପରେ ବି ଚିଲିକାରେ ଅସୁରକ୍ଷି ଭାବରେ ଯିବା ଆସିବା କରୁଛନ୍ତି ହଜାର ହଜାର ସଂଖ୍ୟାରେ ଯାତ୍ରୀ । ହେଲେ ଏତେ ସବୁ ଦୁର୍ଘଟଣା ପରେ ବି ସେମିତି ବେପରୁଆ ଢ଼ଙ୍ଗରେ ଚାଲିଛି ଯାତ୍ରୀ ବୁହା । ଛୋଟ ପିଲା ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ କେହି ହେଲେ ଲାଇଫ ଜ୍ୟାକେଟ ପିନ୍ଦି ଯାଉନାହାଁନ୍ତି ।