fbpx

ଏହି ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ କୋଷ୍ଠକାଠିନ୍ୟ ସମସ୍ୟା: ଏହି ଉପାୟରେ ପାଆନ୍ତୁ ମୁକ୍ତି

ଅସ୍ୱାସ୍ଥ୍ୟକର ପରିବେଶ ଏବଂ ବ୍ୟସ୍ତ୍ୟବହୁଳ ଜୀବନଶୈଳୀ କାରଣରୁ ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିଥାଉ । ତେବେ ଆମେ ଦୈନନ୍ଦିନ ଖାଉଥିବା କିଛି ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ଉପରେକୁ ପ୍ରଭାବ ପକାଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ବାଜରାରେ ନିର୍ମିତ ଖାଦ୍ୟ । ଯାହାକି ଆମ ଶରୀରେ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ ।

ବାଜରା ଖାଇବା ଦ୍ୱାରା ହୋଇଥାଏ ଏହି ସମସ୍ୟା: ପୋଷକ ତତ୍ତ୍ୱରେ ପରିପୂଣ୍ଣ ବାଜରା ସ୍ୱାସ୍ଥ୍ୟ ପାଇଁ ରାମବାଣ ସଦୃଶ୍ୟ ହୋଇଥିବା ବେଳେ ଏଥିରେ ଥିବା ଫାଇବର ,ଆମିନୋ ଏସିଡ୍ , ଭିଟାମିନ୍ ଶରୀରକୁ ଶକ୍ତି ଯୋଗାଇଥାଏ । ଏଥିରେ ଅନେକ ପୁଷ୍ଟିକର ତତ୍ତ୍ୱ ରହିଥିବା ସତ୍ୱେ ମଧ୍ୟ ଏହା କିଛି କ୍ଷେତ୍ରରେ ଆମ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ । ଯାହାଫଳରେ ଆମ ଶରୀରରେ ପେଟ ଜନୀତ ସମସ୍ୟା ସହିତ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

କେଉଁ ଲୋକ ବାଜରା ଜାତୀୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ :ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଗହମ ରୁଟି ପରିବର୍ତ୍ତେ ବାଜରାରେ ପ୍ରସ୍ତୁତ ରୁଟି ଖାଇଥାନ୍ତି । କାରଣ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । କିନ୍ତୁ ଯେଉଁମାନଙ୍କୁ ଶ୍ୱାସ ଜନିତ ସମସ୍ୟା ଅଛି ସେମାନେ ଏହି ବାଜରା ଜାତୀୟ ଖାଦ୍ୟ ଛାରୁ ଦୂରେଇ ରହିବା ଆବଶ୍ୟକ । ନଚେତ୍ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିବା ସହ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.