fbpx

କେବେ ବଦଳିବେ ନିଆଳୀ ଥାନା IIC ? ନିଶା ବେପାରୀ ଓ ଦେହ ବ୍ୟବସାୟୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ

କଟକ : ନିଆଳୀ ଥାନା ଆଇ.ଆଇ.ସି. ବିଜୟ କୁମାର ମଲ୍ଲିକଙ୍କ ନାମରେ ମାଳ ମାଳ ଅଭିଯୋଗ, ସାଧାରଣ ଲୋକ ତ୍ରାହି ତ୍ରାହି ଡାକିଲେଣି । ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ପ୍ରସାରଣ ସତ୍ତେ୍ୱ ଏସ.ପି.ଙ୍କ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । ତିନି ବର୍ଷରୁ ଉର୍ଦ୍ଧହେବ ନିଆଳୀ ଥାନା ଆଇ.ଆଇ.ସି. ଏଠାରେ ରହିବା ପରେ ଥରେ ବଦଳି ହୋଇଥିଲେ ବି ଏହାକୁ ବାତିଲ କରିଦେଇଥିଲେ । ଆଇ.ଆଇ.ସି. ବିଜୟ ମଲ୍ଲିକ ନିଆଳୀ ଥାନାରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି ।

ତାଙ୍କ ବିରୁଦ୍ଧରେ ଯିଏ ଖବର ପ୍ରସାରଣ କରେ ତା ନାମରେ ମାମଲା ରୁଜୁ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଆଇ.ଆଇ.ସି. ବିଜୟ କୁମାର ମଲ୍ଲିକ ତାଙ୍କ ଜାଣତରେ ନିଶା କାରବାର କରୁଥିବା ବେପାରୀ ମାନେ ମାସିକିଆ ଚାନ୍ଦାଦେଇ ବେଧଡକ ବେପାର କରୁଛନ୍ତି । ଏ ପରିକି ଆଇ.ଆଇ.ସି. ନିଜେ ଜଣେ ହିନ୍ଦୁ ହୋଇମଧ୍ୟ କଠୋର କଂସେଇ ଗୋରୁ ଦଲାଲ ମାନଙ୍କ ଠାରୁ ଚାନ୍ଦାନେଇ ତାଙ୍କୁ ସୁରକ୍ଷାଦେବାକୁ ମଧ୍ୟ ପଛାଉ ନାହାନ୍ତି । ବିଳାଶୁଣି ଗ୍ରାମର ଦେହ ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ସୁରକ୍ଷା ଦେଉଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳା ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । କାଠ ଗାଡିରୁ ମାସିକ ଚାନ୍ଦା ନେଇ ବେଆଇନ କାଠ ଚୋରା ଚାଲାଣ କରିବାକୁ ପ୍ରଶୟ ଦେଉଥିବା ମଧ୍ୟ ଜଣେ କାଠ ବେପାରୀ ନିଜ ନାମ ଗୋପନ ରଖି କରିଛନ୍ତି ।

ସେହିଭଳି ଉକ୍ତ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଚୋରା କରତକଳ ଚାଲୁଥିଲେବି ପୋଲିସ୍ ଏଠାରୁ ମାସିକ ଚାନ୍ଦାନେଇ ଉକ୍ତ କରତକଳ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଥାନା ପରିସରକୁ ଲାଗି ଏକ କୋଇଲା ଡିପୋ ଓ ନିଆଳୀ ବଜାରର ଆରମ୍ଭରୁ ଏକ କୋଇଲା ଡିପୋ ଥିଲେବି ପୋଲିସ୍ଏ ମାନଙ୍କ ଠାରୁ ମାସିକ ଚାନ୍ଦାନେଇ ସୁରକ୍ଷା ଦେଉଥିବା କଥା ଅଭିଯୋଗ ହେଉଛି । ନିଆଳୀ ବଜାରରେ ବିନା ଲାଇସେନସରେ ଔଷଧ ଦୋକାନ ଓ କ୍ଲିନିକ୍ ଖୋଲିଥିଲେ ବି ପୋଲିସ୍ସେ ମାନଙ୍କ ପ୍ରତି ଆଖିବୁଜି ଦେଇଛି ।

କିଛି ଗଣମାଧ୍ୟମ ପ୍ରତିନିଧି ବାଲିଗାଡିରୁ ଚାନ୍ଦାନେବା କଥା ଅଭିଯୋଗ ହୋଇଥିଲେବି ପୋଲିସ୍ ମାମଲା ରୁଜୁ କରିନାହିଁ । ଏ ପରିକି ଏହାକୁ ରାତାରାତି ସମାଧାନ କରି ଦେଇଛି । ଗୁହାଳକୁଳ ଅଞ୍ଚଳର ଜଣେ ଝିଅକୁ ସଂପୃକ୍ତ ଆଇ.ଆଇ.ସି. ଜାଣତରେ ଜଣେ ସୋସିଆମିଡିଆର ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଶ୍ରୀଶ୍ରୀ ଶୋଭନେଶ୍ୱର ମହାଦେବଙ୍କ ମନ୍ଦିରରେ ୧୩.୦୫.୨୦୨୧ ରିଖ ଦିନ ବିବାହ କରାଇଥିଲେ । ବିବାହ ଦିନଠାରୁ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିବା ବେଳେ ସଂପୃକ୍ତ ମହିଳା ଜଣକୁ ଘରକୁ ନେଉନଥିବା ବେଳେ ନିଆଳୀ ଥାନା ଆଇ.ଆଇ.ସି. କିଭଳି ଭାବରେ ଏପରି ବିବାହକୁ ପ୍ରଶ୍ରୟ ଦେଇଥିଲେ, ସଂପୃକ୍ତ ମହିଲା ଜଣକ ଥାନା ପରିସରରେ ଅଧିଆ ପଡିଥିଲେବି ମିଛ ସାନ୍ତ୍ୱନା ଦେଇ ନିଆଳୀ ପୋଲିସ୍ ତାଙ୍କୁ ଥାନା ପରିସରରୁ ବିଦା କରି ଦେଉଛି ।

ଏପରିକି ବାହାଘର କରିଥିଲେବି ସଂପୃକ୍ତ ଯୁବକ ନାମରେ ୩୭୬ ଦଫା ଲଗାଇଲା କିଭଳି । ଏହିଭଳି ଘଟଣା ରହସ୍ୟମୟ ହୋଇ ରହିଛି । ନିଆଳୀ ଥାନା ଆଇ.ଆଇ.ସି. ବିରୁଦ୍ଧରେ ମାଳ ମାଳ ଅଭିଯୋଗ ଥିଲେ ମଧ୍ୟ ଏସ୍.ପି. ଚୁପ୍ ରହୁଛନ୍ତି କାହିଁକି? ଏ ପରିକି ନିଆଳୀ ଥାନା ଆଇ.ଆଇ.ସି.ଙ୍କ ନାମରେ ଓଡିଶାର ଉଚ୍ଚତମ ନ୍ୟାୟାଳୟରେ ମାମଲା ରୁଜୁ ହୋଇ ଯାଇଛି ।

Get real time updates directly on you device, subscribe now.