fbpx
BSKY
BJD SHG SKY
BJD YOUTH SKY

ବିରାଟଙ୍କ ଶତକରେ ଅନୁଷ୍କା ଦେଲେ କିଛି ଏମିତି ରିଆକ୍ସନ… ଛୁଟିଲା ଫ୍ୟାନ୍ସଙ୍କ ପ୍ରଶଂସାର ସୁଅ

ନୂଆଦିଲ୍ଲୀ: ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ଶତକ ହାସଲ କରିଛନ୍ତି । ସେ ୩୩ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଏହି ଶତକ ହାସଲ କରି ପାରିଛନ୍ତି | ତେବେ ବିରାଟଙ୍କ ଏହି ଶତକରେ ସବୁଠାରୁ ଅଧିକ ଖୁସିଥିଲେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା । ଶତକ ହାସଲ କରିବା ମାତ୍ରେ, ବିରାଟ ଖୁସିରେ ନିଜର ମ୍ୟାରେଜ ରିଙ୍ଗକୁ କିସ୍ କରିଥିଲେ। ଏବଂ କହିଥିଲେ ଯେ ଅନୁଷ୍କା ଶର୍ମା ସବୁ କଠିନ ପରିସ୍ଥିତିରେ ମୋ ସହିତ ରହିଛନ୍ତି। ଏହି ଶତକ ଅନୁଷ୍କା ଏବଂ ତାଙ୍କ ଝିଅ ଭାମିକାଙ୍କ ପାଇଁ ବୋଲି ସେ କହିଛନ୍ତି |

ସେହିଭଳି ଅନୁଷ୍କା ଶର୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟଙ୍କ ଫଟୋ ସେୟାର କରି ନିଜ ପ୍ରେମ ପ୍ରଦର୍ଶନ କରିଛନ୍ତି। ପୋଷ୍ଟ ସହିତ ସେ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଅନୁଷ୍କା ଲେଖିଛନ୍ତି- “ସର୍ବଦା ତୁମ ସହିତ, ଯେକୌଣସି ଜିନିଷ ମାଧ୍ୟମରେ” | ଆଉ ଏହି ପୋଷ୍ଟରେ ବିରାଟଙ୍କ ହାର୍ଟ ଇମୋଜି ମଧ୍ୟ ଦେଖିବାକୁ ମିଳିଛି। ବିରାଟ କୋହଲିଙ୍କ ଶତକ ପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି |ବିରାଟ ଅନୁଷ୍କାଙ୍କ ଫ୍ୟାନ୍ସମାନଙ୍କ ସହ ବିଟାଉନ ସେଲିବ୍ରେଟମାନେ ବିରାଟଙ୍କୁ ପ୍ରଶଂସା କରୁଥିବା ମଧ୍ୟ ସୋସିଆଲ ମିଡ଼ିଆରେ ନଜର ଆସିଛନ୍ତି।

ଅନ୍ୟପକ୍ଷେ, ଅନୁଷ୍କାଙ୍କୁ ମଧ୍ୟ ଖୁବ୍ ଶୀଘ୍ର କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିବ | ଏହି ଅଭିନେତ୍ରୀ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକ୍ ପାଇଁ ସୁଟିଂ କରୁଛନ୍ତି। ଏହି ଚଳଚ୍ଚିତ୍ର ସହିତ ସେ ଦୀର୍ଘ ସମୟ ପରେ ପରଦାକୁ ଫେରିବେ | ଅନୁଷ୍କା ଶର୍ମା ଶେଷ ଥର ପାଇଁ ୨୦୧୮ରେ ଜିରୋ ଫିଲ୍ମରେ ନଜର ଆସିଥିଲେ ​​|

Get real time updates directly on you device, subscribe now.