ୟାଙ୍କୁ ସମ୍ଭାଳି ହେବନି! ଡେଲିଭରୀ ବୟଙ୍କ ପ୍ରାଇଭେଟ ପାର୍ଟକୁ… ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବଢିବାରେ ଲାଗିଛି କୁକୁର ଆତଙ୍କ । ପୋଷା କୁକୁରଙ୍କ ଆକ୍ରମଣରେ ଏବେ ଅନେକ ଲୋକ ବିଭିନ୍ନ ଅସୁବିଧାର ସାମନା କରୁଛନ୍ତି । ଏହାମଧ୍ୟରେ ଆଉ ଏକ ସମାନ ଘଟଣା ଦେଖିବାକୁ ମିଳିଛି । ଲିଫ୍ଟ ଭିତରେ ଗୋଟିଏ କୁକୁରର ଶିକାର ପାଲଟିଛନ୍ତି ଜୋମାଟୋ ବୟ । ଡେଲିଭରୀ ବୟଙ୍କର ଏମିତି ଜାଗାକୁ କୁକୁର ଆକ୍ରମଣ କରିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁକୁରଟି ଲିଫ୍ଟ ଭିତରେ ହଠାତ ଡେଲିଭରୀ ବୟଙ୍କ ପ୍ରାଇଭେଟ ପାର୍ଟକୁ ଆଟାକ କରିଛି ପୋଷା କୁକୁର ।

ମହାରାଷ୍ଟ୍ରର ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲିଫ୍ଟରୁ ବାହାରିବା ସମୟରେ ଜଣେ ଜୋମାଟୋ ଡେଲିଭରୀ ବୟଙ୍କ ଉପରକୁ ଆକ୍ରମଣ କରିଛି ପୋଷା କୁକୁର । ଜର୍ମାନ ଶେଫର୍ଡ ଡେଲିଭରୀ ବୟଙ୍କ ପ୍ରାଇମେଟ ପାର୍ଟକୁ ଆକ୍ରମଣ କରିତିବା ଏହି ଭିଡିଓରେ ଦେକିବାକୁ ମିଳିଛି । ଏହି ଘଟଣାଟି ଗତ ୨୯ ଅଗଷ୍ଟ ପନୱେଲର ଇଣ୍ଡିଆବୁଲ୍ସ ଗ୍ରୀନ୍ସ ମେରୀଗୋଲ୍ଡ ସିଏଚଏସରେ ହୋଇଥିବା ଜଣାଯାଇଛି । କୁକୁରର ଶିକାର ହୋଇଥିବା ନରେନ୍ଦ୍ର ପେରିୟର ନାମକ ଏହି ଯୁବକ ମୁମ୍ବାଇର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ଏବେ କୁକୁରର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।

ଏହାପୂର୍ବରୁ ଦିଲ୍ଲୀର ଗଜିଆବାଦ ସମେତ ବିଭିନ୍ନ ଅଞ୍ଚଳରେ ପୋଷା କୁକୁରଙ୍କ ଆକ୍ରମଣର କିଛି ଘଟଣା ସାମନାକୁ ଆସିଥିଲା । ଗଜିଆବାଦର ଜଣେ ୧୦ ବର୍ଷର ପିଲାକୁ ଏକ ପିଟବୁଲ କୁକୁର କାମୁଡି ଦେବାରୁ ତାଙ୍କ ମୁହଁରେ ୧୫୦ ଷ୍ଟିଚ ପଡିଥିବା ସୂଚନା ମିଳିଛି । ତେବେ ପିଟବୁଲ କୁକୁରର ମାଲିକଙ୍କ ବିରୋଧରେ ଏ ନେଇ ଅଭିଯୋଗ ହୋଇଛି ।