fbpx

Nitin Gadkariଙ୍କୁ ଆସିଲା Congressରୁ ଅଫର୍: ଖୁବଶୀଘ୍ର ରୋଡମ୍ୟାନଙ୍କୁ ଭେଟିବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଗତ ମାସରେ ବିଜେପିର ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯାଇଥିଲା । ତେବେ ଉକ୍ତ ଦୁଇ ଶୀର୍ଷ କମିଟିରୁ ବିଜେପିର ଦୁଇ ହେଭିୱେଟ ନୀତିନ ଗଡକରୀ ଓ ଶିବରାଜ ସିଂହ ଚୌହାନ ବାଦ୍ ପଡ଼ିଥିଲେ । ଏହାକୁ ନେଇ ସେ ସମୟରେ ରାଜନୈତିକ ମହଲରେ କିଛିଟା ଚର୍ଚ୍ଚା ହୋଇଥିଲା । ତେବେ ପୁଣି ଉକ୍ତ ପ୍ରସଙ୍ଗର ପରବର୍ତ୍ତୀ ସଂସ୍କରଣ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ନାନା ପଟୋଲ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ଏକ ଲୋକତାନ୍ତ୍ରିକ ପାର୍ଟି । ଏଥିରେ କୌଣସି ପଦାଧିକାରୀଙ୍କର ସ୍ୱାଧୀନତା କ୍ଷୂର୍ଣ୍ଣ କରାଯାଏ ନାହିଁ । ସମସ୍ତଙ୍କର ନିଜ ନିଜ ମତ ସାବ୍ୟସ୍ତ କରିବାର ଅଧିକାର ରହିଥାଏ । ମାତ୍ର ବିଜେପିରେ ଏପରି କିଛି ହୁଏ ନାହିଁ । ବିଜେପିରେ ଗଡକରୀ ନାରାଜ ଅଛନ୍ତି । ଗେରୁଆ ଦଳରେ ସବୁକିଛି ଠିକ୍ ଚାଲିନାହିଁ । ଆମେ ଗଡକରୀଙ୍କୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ । ଆମେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବୁ । ମୁଁ ଖୁବଶୀଘ୍ର ଗଡକରୀଙ୍କୁ ସାକ୍ଷାତ କରିବି ।

କେନ୍ଦ୍ର ସରକାରଙ୍କ ବିରୋଧରେ ଯିଏ ମତବ୍ୟକ୍ତ କରୁଛି, ତା’ ବିରୋଧରେ ଇଡି, ସିବିଆଇ ଲଗାଇ ଦିଆଯାଉଛି । ମାତ୍ର ଆମ ପାଖରେ ସେପରି କିଛି ରାଜନୈତିକ ହତିଆର ନାହିଁ ବୋଲି ନାନା କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୟୁପି ବିଜେପିର ପୂର୍ବତନ ଅଧ୍ୟକ୍ଷ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ ଅନୁରୂପ ଅଫର ମିଳିଥିଲା । ଯଦି କେଶବ ୧୦୦ ବିଧାୟକଙ୍କ ସହ ସମାଜବାଦୀ ପାର୍ଟିରେ ସାମିଲ ହେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦିଆଯିବ ବୋଲି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ସାକ୍ଷାତକାର ଅବସରରେ କହିଥିଲେ ।

Get real time updates directly on you device, subscribe now.