fbpx

ଭାରତୀୟ ରାଇସମ୍ୟାନ, ଯିଏ ଦୁନିଆକୁ ଖାଇବାକୁ ଦେଲେ ଚାଉଳ, ଜାଣନ୍ତୁ କେମିତି ପାଇଲେ ଉପାଧି

ନୂଆଦିଲ୍ଲୀ: ଆପଣ ସାଧାରଣତଃ ଆଇରନ ମ୍ୟାନ୍, ସ୍ପାଇଡର ମ୍ୟାନ୍, ଶକ୍ତିମାନ ଏପରିକି ପ୍ୟାଡ ମ୍ୟାନ୍ ନାମ ମଧ୍ୟ ଶୁଣିଥିବେ। କଣ କେବେ ଆପଣ ରାଇସ୍ ମ୍ୟାନ୍ ନାମ ଶୁଣିଛନ୍ତି। ଯଦି ଶୁଣି ନାହାନ୍ତି ତେବେ ଚାଲନ୍ତୁ ଜାଣିବା ରାଇସ୍ ମ୍ୟାନ ବିଷୟରେ ଯାହାଙ୍କ ଦ୍ଵାରା ଆବିଷ୍କୃତ ଚାଉଳ ଆଜି ପୂରା ଦୁନିଆର ଲୋକଙ୍କ ପେଟ ଭରୁଛି। ପଞ୍ଜାବର ଜଳନ୍ଧରରେ ଜନ୍ମିତ ଗୁରୁଦେବ ସିଂହ ଖୁସ ସମଗ୍ର ଦୁନିଆରେ ରାଇସ୍ ମ୍ୟାନ୍ ଭାବେ ପରିଚିତ। ତାଙ୍କୁ ହରିତ କ୍ରାନ୍ତିର ଜନକ ମଧ୍ୟ କୁହାଯାଏ, ଯେମିତି ଗହମ ପାଇଁ ପ୍ରସିଦ୍ଧିଲାଭ କରିଥିଲେ ନର୍ମନ ବୋରଲାଗ।
ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଆମେ ଖାଉଥିବା ଯେ କୌଣସି ଫସଲ ଦୁନିଆରେ କୌଣସି ଅଞ୍ଚଳରେ ଏତେ ଚାଷ କରାଯାଇ ନାହିଁ ଯେତିକି ଚାଷ ଆଇଆର୩୬ ଏବଂ ଆଇଆର୬୪ ଚାଉଳର କରାଯାଇଛି। ଆରମ୍ଭରୁ ଗୁରୁଦେବ ସିଂହଙ୍କୁ ଲାଗିଥିଲା ଯେ, ଚାଉଳ ଖାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ। କାରଣ ଅଧିକାଂଶ ଲୋକ ରୁଟି ଖାଇବାକୁ ଅଧିକ ପସନ୍ଦ କରନ୍ତି। ଗୁରୁଦେବ ସିଂହ ନିଜେ ମଧ୍ୟ ଚାଉଳକୁ ସେତେଟା ପସନ୍ଦ କରୁନଥିଲେ।

ପ୍ରକୃତରେ ଗୁରୁଦେବ ସିଂହ ଧାନ ଖେତ ସେ ପର୍ଯ୍ୟନ୍ତ ଦେଖିନଥିଲେ, ଯେ ପର୍ଯ୍ୟନ୍ତ ସେ ୧୯୬୭ ଜୁଲାଇରେ ଲସ ବାନୋସ, ଫିଲିପାଇନ୍ସରେ ଅନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ସଂସ୍ଥା(IRRI)ରେ ସାମିଲ୍ ହୋଇନଥିଲେ। ଗୁରୁଦେବ ୧୯୩୫ ମସିହା ଅଗଷ୍ଟ ୨୨ରେ ପଞ୍ଜାବର ଜଳନ୍ଧର ଜିଲ୍ଲାର ଫିଲୋର ତହସିଲ ଅନ୍ତର୍ଗତ ରୁରକି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କରତାର ସିଂହ ଜଣେ ବଡ ଚାଷୀ ଥିଲେ।

ଏମିତି ଆରମ୍ଭ ହୋଇଥିଲା କାହାଣୀ
ଖୁସ୍ ୧୯୫୫ ଜୁନରେ କୃଷି କଲେଜ ଲୁଧିଆନାରୁ ସ୍ନାତକ କରିଥିଲେ। ଭଲ ନମ୍ବର ରଖିବା କାରଣରୁ ତାଙ୍କୁ କାର୍ଲିଫର୍ଣ୍ଣିଆ ବିଶ୍ଵ ବିଦ୍ୟାଳୟ, ଡେଭିସ୍(ୟୁସିଡି)ରେ ବିଜ୍ଞାନରେ ପିଜି କରିବାର ସୁଯୋଗ ମିଳିଥିଲା। ପୁଣି ସେ ପିଏଚଡି କରିଥିଲେ ଏବଂ ଗହମ ଉପରେ ଗବେଷଣା କରିଥିଲେ। ୧୯୬୬ ଅଗଷ୍ଟରେ ଅନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ସଂସ୍ଥା(IRRI)ର ନିର୍ଦ୍ଦେଶକ ରବର୍ଟ ଏଫ ଚାଣ୍ଡଲର ଖୁସଙ୍କୁ ତାଙ୍କ ସଂସ୍ଥାରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ଖୁସ ଆଇଆରଆରଆଇରେ ଯୋଗ ଦେଇଥିଲେ।
ଆଗାମୀ ସମୟରେ ଖୁସ୍ ରାଇସ୍ ବ୍ରିଡର ପାଲଟି ଯାଇଥିଲେ। ଆଇଆରଆରଆଇରେ ପ୍ରତ୍ୟେକ ଚାଉଳ ଉପରେ ସେ କାମ କରିଥିଲେ। ସେଠାରେ ହିଁ ଖୁସଙ୍କ ଦ୍ଵାରା ଆବିଷ୍କୃତ ଧାନର କିଷମ ବିଶେଷ କରି IR36 ଏବଂ IR64ସମସ୍ତଙ୍କୁ ପ୍ରଭାବିତ କରିଥିଲା। ୧୯୭୬ ମେରେ IR36କୁ ଆନୁଷ୍ଠାନିକ ଭାବେ ବଜାରକୁ ଛଡା ଯାଇଥିଲା। ୧୯୮୦ ଦଶନ୍ଧିରେ ବାର୍ଷିକ ୧୧ ମିଲିୟନ ହେକ୍ଟର ଜମିରେ ଏହାକୁ ବୁଣା ଯାଇଥିଲା। ଏହା ପୂର୍ବରୁ କୌଣସି ପ୍ରକାରର ଖାଇବା ଫସଲ ଏପରିକି ଧାନର କେବେ ବି ଏତେ ବଡସ୍ତରରେ ବୁଣା ଯାଇନଥିଲା।

ଖୁସ୍ ଜଣେ ବ୍ରିଡର ହିସାବରେ IRRI ରେ ଯୋଗ ଦେଇଥିଲେ। ପ୍ରଶାସନିକ ପଦ ପ୍ରତି ରୁଚି ପ୍ରକାଶ ନକରି ସେ ୨୦୦୨ ଫେବୃଆରୀରେ ଅବସର ନେଇଥିଲେ। ତାଙ୍କ ନେତୃତ୍ଵରେ ୭୫ଟି ଦେଶରେ ମୋଟ୍ ୩୨୮ ଚାଉଳକୁ ୬୪୩ ବିଭିନ୍ନ କିସମ ଭାବେ ଜାରି କରାଯାଇଥିଲା। ଏଥିରେ ଅନେକ IR42 ଏବଂ IR72 ସାମିଲ୍ ଥିଲା ଯାହାକୁ ବ୍ୟାପକ ଭାବେ ଫସଲ ପାଇଁ ବୁଣା ଯାଇଥିଲା। ଏହାର ପ୍ରଭାବରେ ୧୯୬୬ ଏବଂ ୨୦୦୦ ମଧ୍ୟରେ ବୈଶ୍ଵିକ ଚାଉଳ ଉତ୍ପାଦନ ୧୩୩.୫ ପ୍ରତିଶତ(୨୫୭ ମିଲିୟନରୁ ୬୦୦ ମିଲିୟନ ଟନ ପର୍ଯ୍ୟନ୍ତ)ବୃଦ୍ଧି ଘଟିଥିଲା। ଏହାର ସମସ୍ତ ଶ୍ରେୟ ଗୁରୁଦେବ ସିଂହ ଖୁସଙ୍କୁ ଦିଆଯାଇଥିଲା। ଏହି ପରି ସେ ରାଇସ୍ ମ୍ୟାନ୍ ଭାବେ ପ୍ରସିଦ୍ଧି ଲାଭ କରିଥିଲେ।

Get real time updates directly on you device, subscribe now.