fbpx

ରେକର୍ଡ ଭାଙ୍ଗିଲା ‘ବ୍ରହ୍ମାସ୍ତ୍ର’: ତିନି ଦିନରେ ଏତିକି କୋଟି ଟଙ୍କା ରୋଜଗାର

ମୁମ୍ବାଇ:ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ୯ ସେପ୍ଟେମ୍ବରରେ ହିନ୍ଦୀ ସମେତ ଅନ୍ୟ ଚାରିଟି ଭାଷା (ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ) ମୁକ୍ତିଲାଭ କରିଥିଲା। ରଣବୀର ଏବଂ ଆଲିଆଙ୍କ ସହ ଏଥିରେ ଅମିତାଭ ବଚ୍ଚନ, ମୋନି ରୟ ଏବଂ ନାଗାର୍ଜୁନ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କର ଏକ କ୍ୟାମିୟୋ ରୋଲ ଅଛି ।  ତେବେ ଏହି ଫିଲ୍ମ ଉପରେ କିଛି ଲୋକ ଭଲ ପ୍ରତିକ୍ରିୟା ଦେଉଥିବା ବେଳେ କିଛି ଲୋକ ଖରାପ ପ୍ରତିକ୍ରିୟା ଦେଇଛନ୍ତି । VFX ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ର’ କୁ ପ୍ରଶଂସା କରାଯାଉଥିବାବେଳେ ସ୍କ୍ରିପ୍ଟ ଏବଂ ଏଡିଟିଂ ପାଇଁ ଏହାକୁ ସମାଲୋଚନା ମଧ୍ୟ କରାଯାଉଛି। ସବୁ ପରେ ଏହି ଫିଲ୍ଲ ରିଲିଦର ମାତ୍ର ତିନିଦିନ ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗି ବକ୍ସ ଅଫିଲରେ ହିଟ୍ ହୋଇ ଚାଲିଛି । ଏଥିସହିତ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଛି ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ଟ୍ରେଡ ଆନାଲିଷ୍ଟିସ କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର ହିନ୍ଦୀ ସଂସ୍କରଣ ପ୍ରଥମ ସପ୍ତାହରେ ୧୧୦ କୋଟି ଟଙ୍କା ଆୟ କରିଛି। ଏଥିସହିତ ସେମାନେ ଆହୁରୀ ମଧ୍ୟ ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ରବିବାର ଦିନ ୪୧ରୁ ୪୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଅନ୍ୟ ୪ଟି ଭାଷାରେ ୪୫ କୋଟି ଟଙ୍କା ରୋଜଗାର କରିଛି । ଏଥିସହିତ ସମସ୍ତ ଭାଷାରେ ତିନି ୩ ଦିନର ସଂଗ୍ରହକୁ ଦେଖିଲେ ଚଳଚ୍ଚିତ୍ରଟି ୧୨୦ କୋଟି ଟଙ୍କା ରୋଜଗାର କରିଛି ।

ପ୍ରକାଶ ଥାଉକି, କଙ୍ଗନା ରାନାୱତଙ୍କ ପରି କେତେକ କଳାକାର ଦାବି କରିଛନ୍ତି ଯେ ଫିଲ୍ମର ନିର୍ମାତାମାନେ ‘ବ୍ରହ୍ମାସ୍ତ୍ର’ର ବକ୍ସ ଅଫିସରେ କିଛି ଏପଟ ସେପଟ କରିଛନ୍ତି । ତେବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ କାର୍ଯ୍ୟ ଦିବସରେ ରିଲିଜ୍ ହେବା ସତ୍ତ୍ୱେ ମଧ୍ୟ ଉଦଘାଟନୀ ଦିବସରେ ୩୫-୩୬ କୋଟି ବକ୍ସ ଅଫିସ୍ ସଂଗ୍ରହ କରିଥିଲା ।

Get real time updates directly on you device, subscribe now.