fbpx

Whatsapp ରେ ପୁରୁଣା ମେସେଜ ଖୋଜିବା ହେବ ସହଜ: ଆସୁଛି ନୂଆ ଫିଚର

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଅନେକ ସମୟରେ ଏହାର ଗ୍ରାହକଙ୍କ ପାଇଁ ବଢ଼ିଆ ବଢ଼ିଆ ଫିଚର୍ସ ଆଣିଥାଏ । ଯେପରି ଗ୍ରାହକଙ୍କୁ ଏକ ଉତ୍ତମ ଅନୁଭବ ମିଳିପାରିବ । ତେବେ ଅନେକ ସମୟରେ ଦେଖାଯାଇଛି ଯେ ହ୍ୱାଟ୍ସଆପ୍ ରେ ପୁରୁଣା ମେସେଜକୁ ଖୋଜିବା ପାଇଁ ଚେଷ୍ଟା କରୁଥାନ୍ତି । ଆଉ ଏଥିରେ ଅନେକ ସମୟ ଲାଗିଥାଏ । କିମ୍ବା ଅନେକ ସମୟରେ ମେସେଜ ମିଳିନଥାଏ ମଧ୍ୟ । ଯଦି କାମ ଜରୁରୀ ହୋଇଥାଏ ଏବଂ ମେସେଜ ମିଳୁନାହିଁ ତେବେ ଆପଣଙ୍କୁ ବେଶ୍ ଅସୁବିଧା ହୋଇଥାଏ । ଅବଶ୍ୟ ଏଭଳି ସମସ୍ୟା ନହେଉ ଏହାକୁ ଧ୍ୟାନରେ ରଖି କମ୍ପାନୀ ଏକ ନୂଆ ଫିଚର ଉପରେ କାମ କରୁଛି ।

ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚରର ଟେଷ୍ଟିଂ କରୁଛି । ଏହି ଫିଚର ଦ୍ୱାରା ୟୁଜର୍ସମାନେ ପୁରୁଣା ମେସେଜକୁ ତାରିଖ ହିସାବରେ ଖୋଜିପାରିବେ । କୁହାଯାଉଛି ଏହି ଫିଚର ଆସନ୍ତା ମାସ ସୁଦ୍ଧା ଦେଖିବାକୁ ମିଳିପାରେ ।

ୱେବବିଟାଇନଫୋର ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୂଯାୟୀ ‘ସର୍ଚ୍ଚ ମେସେଜ ବାଏ ଡେଟ୍’ ନାମକ ଫିଚର ଆଣୁଛି ଯାହା ୟୁଜର୍ସଙ୍କ ପାଇଁ ବେଶ୍ ଉପଯୋଗୀ ହେବ ଏବଂ ସମୟ ମଧ୍ୟ ବଞ୍ଚାଇବ । ଅନେକ ସମୟରେ ଆପଣ କୌଣସି ପୁରୁଣା ମେସେଜର ଆବଶ୍ୟକତା ପଡ଼ିଥାଏ । ଏମିତିରେ ଏହି ଫିଚର ଆପଣଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ ।

Get real time updates directly on you device, subscribe now.