fbpx

ଖେଳ ସରିଗଲା! ବୟଫ୍ରେଣ୍ଡ ସହ ସ୍ତ୍ରୀଙ୍କୁ ରେଡ ହ୍ୟାଣ୍ଡେଡ ଧରିଲେ ସ୍ୱାମୀ: ଆଉ ତା ପରେ…

ଆଗ୍ରା: ସ୍ୱାମୀ- ସ୍ତ୍ରୀ ଏବଂ ତାଙ୍କ ବୟଫ୍ରେଣ୍ଡ, ଏମିତି କିଛି ତ୍ରକୋଣୀୟ ଲଭ ଷ୍ଟୋରୀ ଏବେ ଟ୍ରେଣ୍ଡରେ । ପ୍ରତିଦିନ ଏମିତି କିଛି ଘଟଣା ନିଶ୍ଚୟ ଦେଖାଯାଉଛି । ଏହାର ଆଉ ଏକ ଉଦାହରଣ ଦେକିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ । ରାସ୍ତା ମଝିରେ ଦେଖିବାକୁ ମିଳିଛି ପତି-ପତ୍ନୀ ଏବଂ ବୟଫ୍ରେଣ୍ଡଙ୍କ ହାଇଡ୍ରାମା । ଠିକ ଯେମିତି ବାବୁସାନ ଆଉ ପ୍ରକୃତିଙ୍କ ମାମଲା, କିନ୍ତୁ ଏହି ଘଟଣାରେ ରହିଛି ଜଷ୍ଟ ଟିକିଏ ଟ୍ୱିଷ୍ଟ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ବୟଫ୍ରେଣ୍ଡଙ୍କ ସହ ସ୍କୁଟିରେ ବୁଲୁଥିବା ବେଳେ ମହିଳାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛନ୍ତି ସ୍ୱାମୀ । ତେବେ ସ୍ୱାମୀଙ୍କ ପଛରେ ବସିଥିବା ବ୍ୟକ୍ତି ମହିଳା ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ଭିଡିଓ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ଗାଡିକୁ ରୋକିବା ପାଇଁ ସେ ଚିଲାଇଥିଲେ । କିନ୍ତୁ ଅଟକି ନଥିଲେ ମହିଳା ଏବଂ ରୋମିଓ ବୟଫ୍ରେଣ୍ଡ । ତେଣୁ ଗାଡିର ସ୍ପିଡ ବଢାଇ ଶେଷରେ ବୟଫ୍ରେଣ୍ଡଙ୍କ ଗାଡିକୁ ଅଟକାଇଥିଲେ ମହିଳାଙ୍କ ସ୍ୱାମୀ । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଖଣ୍ଡଯୁଦ୍ଧ ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଅଟକ ରଖିଛି । ମହିଳାଙ୍କର ଏକ ଝିଅ ଥିବା ମଧ୍ୟ ଜଣାଯାଇଛି । ତେବେ ପତ୍ନୀଙ୍କର ଅନ୍ୟ କେଉଠି ସମ୍ପର୍କ ଥିବା ନେଇ ସ୍ୱାମୀଙ୍କୁ ପୂର୍ବରୁ ସନ୍ଦେହ ରହିଥିଲା । ଏ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର କଳି-ଝଗଡା ମଧ୍ୟ ହୋଇଛି । ଏହାପରେ ଆଜି ମହିଳା ଘରେ କିଛି ନ କହି ଘରୁ ଚାଲିଯାଇଥିଲେ । ତେଣୁ ତାଙ୍କୁ ପିଛା କରିଥିଲେ ସ୍ୱାମୀ, ଏବଂ ଶେଷରେ ବୟପ୍ରେଣ୍ଡଙ୍କ ସହ ତାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛନ୍ତି ।

ଏହି ଭିଡିଓରେ ଅନେକ କୁ-ଭାଷା ବ୍ୟବହାର କରାଯାଇଥିବାରୁ ଏହାକୁ ଆମେ ଦେଖାଇ ପାରୁନାହୁଁ ।

Get real time updates directly on you device, subscribe now.