fbpx

Cow Milkରେ ରହିଛି Lumpy Virus! ଏହା ପିଇବା କେତେ କ୍ଷତିକାରକ: ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଲମ୍ପୀ ଭାଇରସର ସଂକ୍ରମଣ ଗୋ ବଂଶ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଏଥିସହିତ ଗାଈର କ୍ଷୀର, ଗୋମୁତ୍ର ଓ ଗୋବରରେ ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଲମ୍ପୀ ଭାଇରସର ପ୍ରଭାବ ଗାଈ କ୍ଷୀରରେ ଦେଖିବାକୁ ମିଳୁଥିବା ନେଇ ଜଣେ ପଶୁ ଚିକିତ୍ସକ ତଥା ବିଶେଷଜ୍ଞ ମତ ଦେଇଛନ୍ତି ।

ବର୍ତ୍ତମାନ ସମୟରେ ୟୁପିର ପଶ୍ଚିମାଞ୍ଚଳରେ ଲମ୍ପୀ ଭାଇରସର କହର ଲଗାତର ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ଏହାର ସିଧା ପ୍ରଭାବ ଗାଈ କ୍ଷୀର ଓ ଉତ୍ପାଦନ ଉପରେ ଦେଖିବାକୁ ମିଳୁଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ ଜନପଦରେ ଭାଇରସ ପହଞ୍ଚି ସାରିଲାଣି । ମୁଜାଫରନଗର, ସହାରାନପୁର ଓ ଅଲୀଗଡ଼ରେ ବେଶି ମାମଲା ଦେଖିବାକୁ ମିଳିଛି । ରାଜ୍ୟରେ ୧୫ ଲକ୍ଷରୁ ଅଧିକ ଗାଈ ଛୁଆ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ସେଥିମଧ୍ୟରୁ ୨୫ ହଜାର ସିଧାସଳଖ ସଂକ୍ରମିତ ହୋଇଛନ୍ତି ।

ଉତ୍ତରପ୍ରଦେଶର ଜଣେ ପଶୁ ବିଶେଷଜ୍ଞଙ୍କ ମତରେ, ଲମ୍ପୀ ଭାଇରସ ଗୋ ବଂଶଙ୍କ ପାଇଁ ବହୁତ କ୍ଷତିକାରକ । ଗାଈ କ୍ଷୀରରେ ଥିବା ଭାଇରସକୁ ନଷ୍ଟ କରିବା ସମ୍ଭବ । ଏଥିପାଇଁ କ୍ଷୀରକୁ ଅଧିକ ସମୟ ଧରି ଗରମ କରିବା ଦରକାର । ପାଶ୍ଚରାଇଜେସନ ମାଧ୍ୟମରେ ବ୍ୟବହାର କରାଯାଉଥିବା କ୍ଷୀର କୌଣସି କ୍ଷତି ପହଞ୍ଚାଏ ନାହିଁ । କାରଣ ଏଥିରେ ଭାଇରସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାଏ । ମଣିଷ ପାଇଁ ଏଥିରେ କୌଣସି ପ୍ରକାରର ହାନୀକାରକ ତତ୍ତ୍ୱ ରହିନଥାଏ । ତେବେ କ୍ଷୀରକୁ ଗାଈର ଛୁଆ ସେବନ କରିବା ହାନିକାରକ ହୋଇପାରେ । ଏଥିପାଇଁ ମାଆଠାରୁ ଛୁଆକୁ ଅଲଗା କରିଦେବା ଦରକାର ।

ଏକ୍ସପର୍ଟଙ୍କ ମତରେ, ଗାଈଠାରୁ ଅନ୍ୟ ପଶୁଙ୍କ ଶରୀରକୁ ଭାଇରସ ବ୍ୟାପିବାର ସମ୍ଭାବନା ରହିଛି । ବର୍ତ୍ତମାନ ସଂକ୍ରମଣ ଦ୍ରୁତ ରହିଥିଲେ ହେଲେ ଗାଈ ଛୁଆର ମୃତ୍ୟୁ ସମ୍ଭାବନା କମ୍ ରହିଛି । ଗୋମୁତ୍ର ଓ ଗୋବରରେ ଭାଇସରର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ମାତ୍ର ଗାଈର ରକ୍ତ ଅନ୍ୟ ପଶୁଙ୍କ ଶରୀରକୁ ଗଲେ ସେ କ୍ଷେତ୍ରରେ ସଂକ୍ରମଣ ବ୍ୟାପିଥାଏ ।

Get real time updates directly on you device, subscribe now.