Whatsapp କଲ୍ କରିବାକୁ ଦେବାକୁ ହେବ ଟଙ୍କା! ଜାଣନ୍ତୁ କାହିଁକି ସରକାର ନେଉଛନ୍ତି ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟ ଆପ ଯାହା ମାଗଣା କଲ୍ ସୁବିଧା ଦେଇଥାନ୍ତି । ଖୁବଶୀଘ୍ର ଏମାନଙ୍କର କଲ୍ ସୁବିଧାର ଫାଇଦା ନେବାପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିପାରେ । ତେବେ ଏମିତି ସେତେବେଳେ ହେବ ଯେତେବେଳେ ଟ୍ରାଇର ପ୍ରସ୍ତାବ ଲାଗୁ ହେବ ।

ଦ ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୂଯାୟୀ, ଦୂରସାଂର ବିଭାଗ () ଭାରତୀୟ ଦୂରସାଂର ନିୟାମକ ପ୍ରାଧିକରଣ() ଠାରୁ ଇଣ୍ଟରନେଟ୍ ଆଧାରିତ କଲକୁ ନିୟନ୍ତ୍ରିତ କରିବା ପ୍ରସ୍ତାବ ଉରେ ନିଜର ବିଚାର ବ୍ୟକ୍ତ କରିବାକୁ କହିଛନ୍ତି । ଟେଲିକମ୍ ଅରେଟର ଏବଂ ସେବା ପ୍ରଦାତାଙ୍କ ତରଫରୁ ସମଗ୍ର ଉଦ୍ୟୋଗ ପାଇଁ ସମାନ ସେବା, ସମାନ ନିୟମ ସିଦ୍ଧାନ୍ତ ଉରେ ବିଚାର କରିବାର ଦାବି ରହିଆସିଛି ।

ଟ୍ରାଇ ପୂର୍ବରୁ ଏହି ପ୍ରସ୍ତାବକୁ ୨୦୦୮ ରେ ଫେରାଇ ଦେଇଥିଲା । ଯେତେବେଳେ ଭାରତରେ ମୋବାଇଲ ଇଣ୍ଟରନେଟ୍ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିଲା । କିନ୍ତୁ ଏବେ ବଦଳୁଥିବା ସ୍ଥିତି ମଧ୍ୟରେ ଏଭଳି କରାଯାଉଛି । ନୂଆ ନିୟମ ଇଣ୍ଟରନେଟ୍ ଟେଲିଫୋନ୍ ଅପରେଟର ଏବଂ ଏମିତିକି ଓଟିଟି କମ୍ପାନୀଙ୍କୁ ମଧ୍ୟ ଧ୍ୟାନରେ ରଖି ତିଆରି କରିବାକୁ କୁହାଯାଇଛି ।

ଟ୍ରାଇର ପ୍ରାରମ୍ଭିକ ପରାମର୍ଶରେ କହିଥିଲା ଯେ ଇଣ୍ଟରନେଟ୍ ସେବା ଯୋଗାଣକାରୀଙ୍କୁ ସାମାନ୍ୟ ଟେଲିଫୋନ୍ ନେଟୱର୍କରେ ଇଣ୍ଟରନେଟ୍ କଲ୍ ପ୍ରଦାନ କରିବାର ଅନୁମତି ଦିଆଯାଇପାରେ । ଅବଶ୍ୟ, ସେମାନଙ୍କୁ ଇଣ୍ଟରକନେକ୍ସନ ଫି ଦେବାକୁ ପଡ଼ିବ ।