fbpx

କର୍ମଚାରୀଙ୍କ ପାଇଁ ମାଗଣା ଟ୍ରେନ ସେବା! ତେଜସ୍ ଟ୍ରେନ ଦେବ ସ୍ୱତନ୍ତ୍ର ଅଫର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି ରେଲୱେ ସର୍ଭିସ । ଏଣିକି କର୍ମଚାରୀମାନେ ମାଗଣା ବା ଶସ୍ତାରେସ୍ତଜସ୍ ଟ୍ରେନରେ ଯାତ୍ରା କରିପାରିବେ । ତେବେ କେବଳ ଅଫିସିଆଲ କାମ ବା ଟୁର ପାଇଁ ଏହି ସେବା ଉପଲବ୍ଧ ରହିବ । ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ଏହି ସୂଚନା ଦିଆଯାଇଛି ।

ମନ୍ତ୍ରାଳୟର ନୋଟିସ ମୁତାବକ, ସରକାରୀ କର୍ମଚାରୀମାନେ ନିଜ ଅଫିସିଆଲ ଟୁର ପାଇଁ ତେଜସ ଟ୍ରେନରେ ସୁବିଧା ପାଇପାରିବେ । ଯାତ୍ରାରେ ରିହାତି ଦେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର । ଅଫିସ ମେମୋରାଣ୍ଡମ ଅନୁସାରେ, ଏହି ରିହାତି ପ୍ରଦାନ କରାଯାଇଛି । ତେବେ ଟୁର, ଟ୍ରେନିଙ୍ଗ, ଟ୍ରାନ୍ସଫର କିମ୍ବା ରିଟାୟାରମେଣ୍ଟ ଯାତ୍ରା ପାଇଁ କର୍ମଚାରୀଙ୍କୁ ଏହି ସୁବିଧା ଦେବ ତେଜସ ଟ୍ରେନ । ତେବେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ସହ ସମାନ ରହିବ ଏହାର ଏଲିଜିବିଲିଟି ।

କେଉଁ କର୍ମଚାରୀ ଏହି ସୁବିଧାର ଫାଇଦାଉଠାଇବେ, ତାହା ସେମାନଙ୍କ ବେତନ ହିଁ ନିର୍ଣ୍ଣୟ କରିବ । ସେମାନେ କମ ମୂଲ୍ୟ ବା ମାଗଣାରେ ଟ୍ରେନରେ ଯାତ୍ରା କରିପାରିବେ । ଜଣେ ଅଧିକାରୀ ଏହି ନୋଟିସ ଜାରି କରି ତେଜସ ଟ୍ରେନକୁ ପ୍ରିମିୟମ ଟ୍ରେନ ତାଲିକାରେ ସାମିଲ କରାଇଛନ୍ତି ।

Get real time updates directly on you device, subscribe now.