fbpx

ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ଭୁଶୁଡ଼ି ଚାଲିଗଲା ୭ ଜୀବନ, ଜଣେ ଗୁରୁତର

ନୂଆଦିଲ୍ଲୀ: ଲିଫ୍ଟ ଭୁଶୁଡ଼ି ଚାଲିଗଲା ୭ ଜୀବନ । ଗୁଜୁରାଟର ଅହମ୍ମଦାବାଦରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ହଠାତ୍ ଭୁଶୁଡି ତଳେ ପଡ଼ିଯାଇଥିଲା, ଫଳସ୍ୱରୂପ ଏହି ଘଟଣାରେ ୭ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ନିର୍ମାଣାଧୀନ କୋଠାର ଏହି ଲିଫ୍ଟ କିପରି ଭୁଶୁଡିଲା? ଏପର୍ଯ୍ୟନ୍ତ ତାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା କୁହାଯାଇଛି। ଆସ୍ପାୟାର-୨ ନାମକ ଏକ କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, ହଠାତ୍ ସପ୍ତମ ମହଲାର ଲିଫ୍ଟ ଭାଙ୍ଗି ସାତଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଘଟଣାରେ ଅହମ୍ମଦାବାଦ ମେୟର କେ.ଜେ ପାରମାର କହିଛନ୍ତି ଯେ, ଏହି ଘଟଣା ପ୍ରାୟ ସକାଳ ୯:୩୦ ସମୟରେ ଘଟିଥିବା ବେଳେ ବିଲଡିଂର ବିଲଡର ଏହି ତଥ୍ୟ ଲୁଚାଇବା ସହ ଘଟଣା ବିଷୟରେ ୧୧:୩୦ ପରେ ପୋଲିସକୁ ଜଣାଇଥିଲେ। ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ସେହିଭଳି ଜଣେ ବ୍ୟକ୍ତି ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ କହିଛନ୍ତି ଯେ, ସେମାନେ ମ୍ୟୁନିସିପାଲିଟି କର୍ପୋରେସନର ନିୟମ ଭାଙ୍ଗିଛନ୍ତି କି ନାହିଁ ଆମେ ସେ ବିଷୟରେ ଆକଳନ କରିବୁ, କେହି ଭୁଲ ନିର୍ମାଣ ଯୋଜନା ପାସ୍ କରିଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.