fbpx

BCCIରେ କେତେ ଦିନ ରହିବ ପଦବୀ? ଗାଙ୍ଗୁଲି-ଜୟ ଶାହଙ୍କ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇକୁ ନେଇ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ଦେଶର ଉଚ୍ଚ ନ୍ୟାୟାଳୟ । ବିସିସିଆଇରେ ପ୍ରସ୍ତାବିତ ପରିବର୍ତ୍ତନକୁ ମଞ୍ଜୁରୀ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଉଚ୍ଚ ନ୍ୟାୟାଳୟର ଏହି ଶୁଣାଣି ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ଉପରେ ମଧ୍ୟ ପ୍ରଭାବ ପକାଇବ । ଚଳିତ ମାସର ପ୍ରଥମରୁ ହିଁ ଗାଙ୍ଗୁଲି ଏବଂ ଜୟ ଶାହଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।

ବିସିସିଆଇର ନିୟମ ଅନୁସାରେ କୁଲିଙ୍ଗ ଅଫ ପିରିୟଡ କ୍ଲୋଜ କାରଣରୁ ଶେଷ ହୋଇଥିଲା ଉଭୟଙ୍କ କାର୍ଯ୍ୟକାଳ ସମୟ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏଥିରେ ବଡ ପରିବର୍ତ୍ତନ କରିଛି । ଶୁଣାଣି ଅନୁସାରେ, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ପଦରେ ରହିବେ ସୌରଭ ଗାଙ୍ଗୁଲି । ସେହିପରି ବିସିସିଆଇ ସଚିବ ଭାବେ ଜୟ ଶାହଙ୍କର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ପାଇଛି । ଏହିଶୁଣାଣିରେ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ବିସିସିଆଇରେ ଜଣେ ଅଧିକାରୀଙ୍କୁ ଲଗାତାର ୨ଟି କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଦିଆଯାଇପାରିବ ।

ବିସିସିଆଇର ନିୟମ ମୁତାବକ, ଜଣେ ପଦାଧିକାରୀଙ୍କୁ ରାଜ୍ୟ ସଂଘ ବା ବିସିସିଆଇ କିମ୍ବା ଉଭୟ ପଦରେ ଲଗାତାର ୨ଟ କାର୍ଯ୍ୟକାଳ ପାଇଁ ୩ ବର୍ଷର କୁଲିଙ୍ଗ ଅଫ ପିରିୟଡ ଦେଇ ଯିବାକୁ ପଡେ । ବିସିସିଆଇରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ହିମା କୋହଲିଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ ଦେଶରେ କ୍ରିକେଟ୍ ଖେଳ ଏକ ବ୍ୟବସ୍ଥିତ ଅଟେ ।

Get real time updates directly on you device, subscribe now.