fbpx

କରୋନା ପାଇଁ ଆବଶ୍ୟକ ହେବନି ଔଷଧ: ଏହି ମେଡିସିନକୁ ନେଇ ସୂଚନା ଦେଲା WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଏଣ୍ଟ ଅସ୍ଥିର କରି ଦେଇଛି । ଏହି ମହାମାରୀ ଭିତରେ ଏକ ବଡ ସୂଚନା ଜାରୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଣ୍ଟିବଡି ଔଷଧକୁ ନେଇ ଏକ ନୂଆ ଅପଡେଟ ଦେଇଛି WHO । କରୋନା ରୋଗୀଙ୍କ ପାଇଁ ଥିବା ଦୁଇଟି ପ୍ରଭାବଶାଳୀ ଆଣ୍ଟିବଡି ମେଡିସିନ ବ୍ୟବହାରକୁ ନେଇ ଉପଦେଶ ଦେଇଛି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ । ଟ୍ରିଟମେଣ୍ଟ ଗାଇଡଲାଇନ୍ସରେ ହୋଇଛି ସାମାନ୍ୟ ସଂଶୋଧନ । ଏହି ଦୁଇ ମେଡିସିନକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛି WHO ।

କରୋନାର ଦୁଇ ଆଣ୍ଟିବଡି ମେଡିସିନ ସୋଟ୍ରୋଭିମେବ ଏବଂ କାସିରିଭିମେବ ଇମଡିଭିମେବର ବ୍ୟବହାରକୁ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଦୁଇ ଔଷଧ କରୋନାର ଓମିକ୍ରନ ଭାରିଆଣ୍ଟ ବିପକ୍ଷରେ ପ୍ରଭାବହୀନ ହୋଇପାରେ । କରୋନା ବିପକ୍ଷରେ ଲଢିବା ପାଇଁ ଗତବର୍ଷ ଏହି ଦୁଇ ମେଡିସିନକୁ ମଞ୍ଜୁରୀ ଦେଇଥିଲା WHO । କିନ୍ତୁ WHO ଗାଇଡଲାଇନ ଡେଭଲପମେଣ୍ଟ ଗ୍ରୁପ ଅଫ ଇଣ୍ଟରନେସନାଲ ଏକ୍ସପର୍ଟସଙ୍କ ରିଭ୍ୟୁ ପରେ ଏହି ସୁପାରିଶକୁ ରିପ୍ଲେସ କରିଛି ।

ଡେଲଟା ସଂକ୍ରମଣ ବିରୋଧରେ ଏହାର ପ୍ରଭାବ ଯୋଗୁଁ ଉଭୟ ମେଡିସିନକୁ ଆମେରିକାର ଏଫଡିଏ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । କିନ୍ତୁ କରୋନାର ଏହି ଭାରିଆଣ୍ଟରେ ପ୍ରଭାବ କମ୍ ରହୁଥିବା ଜାଣିବାକୁ ମିଳିଛି । ସମସ୍ତ ଟେଷ୍ଟ ଏବଂ ପରୀକ୍ଷଣ ପରେ ପ୍ୟାନେଲ ଏହି ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.