fbpx

ମେକ୍ସିକୋରୁ ଆସି ଭାରତରେ ବିବାହ କଲେ ଦମ୍ପତ୍ତି: କହିଲେ ଭାରତୀୟ ପରମ୍ପରାରେ ହୋଇଥିଲେ ଅନୁପ୍ରାଣିତ…

ନୂଆଦିଲ୍ଲୀ: ଜଣେ ମେକ୍ସିକାନ୍ ଦମ୍ପତ୍ତି ପରସ୍ପରକୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ସେମାନେ ଆଜି ଆଗ୍ରା ତାଜ୍ ମହଲ ବୁଲିବା ପରେ ବିବାହ କରିଛନ୍ତି । ଉଭୟ ତାଜ୍ ନଗରୀର ଶିବ ମନ୍ଦିରରେ ବିବାହ କରିଛନ୍ତି । ସେମାନଙ୍କ ବିବାହରେ କିଛି ସ୍ଥାନୀୟ ବନ୍ଧୁ ଏବଂ ଦମ୍ପତ୍ତି ସାମିଲ ହୋଇଥିଲେ । ଏହା ପରେ ସମସ୍ତେ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିଲେ । ଗୌରବ ଗୁପ୍ତା ନାମକ ଜଣେ ହୋଟେଲ ମ୍ୟାନେଜର ସେମାନଙ୍କ ବିବାହର ସମସ୍ତ ବନ୍ଦୋବସ୍ତ କରିଥିଲେ ।

ନବ ଦମ୍ପତ୍ତିଙ୍କ ନାମ ହେଉଛି କ୍ଲଡିଆ ଏବଂ ସେରାମିକୋ । କ୍ଲଡିଆ କହିଛନ୍ତି ଯେ ସେ ତାଜ୍ ମହଲ ଓ ଶାହା ଜାହାନ ଏବଂ ମୁମତାଜ୍ ଙ୍କ ପ୍ରେମ କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ନିଜ ପ୍ରେମକୁ ମଧ୍ୟ ଏହିଭଳି ସ୍ମୃତିମୟ କରିବାକୁ ଚାହୁଥିଲେ । ଏହାକୁ ଧ୍ୟାନରେ ରଖି ଆମେ ଭାରତକୁ ଆସିଥିଲୁ ଏବଂ ହିନ୍ଦୁ ରୀତିନୀତି ହିସାବରେ ବିବାହ କରିବାକୁ ମନସ୍ଥ କରିଥିଲୁ ଏବଂ ଏଥିପାଇଁ ଆଗ୍ରାକୁ ବାଛିଥିଲୁ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ବିଦେଶୀ ଦମ୍ପତ୍ତି ଭାରତ ଆସି ବିବାହ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ବିଦେଶୀ ନାଗରିକ ଭାରତୀୟ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଭାରତକୁ ଆସି ବିବାହ କରିଛନ୍ତି ।

Get real time updates directly on you device, subscribe now.