ମହିଳାଙ୍କ ପାଇଁ ଉତ୍ତମ LIC ର ଏହି ପଲିସି: ପ୍ରତିଦିନ ୨୯ ଟଙ୍କା ନିବେଶରେ ପାଇପାରିବେ ୪ ଲକ୍ଷର ଫଣ୍ଡ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ବିଭିନ୍ନ ପ୍ରକାରର ବୀମା ଯୋଜନାକୁ ସଞ୍ଚାଳନ କରିଥାଏ । ଏହି ପରୀପ୍ରେକ୍ଷୀରେ ଏଲଆଇସି ମହିଳାଙ୍କ ଆର୍ଥିକ ଆବଶ୍ୟକତାକୁ ଧ୍ୟାନରେ ରଖି ଏଲଆଇସି ଆଧାର ଶିଲା ଯୋଜନାର ଆରମ୍ଭ କରିଛି । ଏଲଆଇସି ଆଧାର ଶିଲା ଯୋଜନା ନିବେଶକଙ୍କୁ କମ୍ ନିବେଶ ବଡ଼ ଫଣ୍ଡ ଦେଉଛି ।

ଏହି ଯୋଜନା ମହିଳାଙ୍କ ଆବଶ୍ୟକତା ଧ୍ୟାନ ରଖି କରାଯାଇଛି । ମହିଳା ଘରେ ସେଭିଙ୍ଗ୍ସ କରୁଥିବା ଅର୍ଥକୁ ଏଲଆଇସିର ଯୋଜନାରେ ନିବେଶ କରି ମୋଟା ଅଙ୍କର ଟଙ୍କା ଜମା କରିପାରିବେ । ଏଲଆଇସିର ଏହି ସ୍କିମ୍ ରେ ୮ ରୁ ୫୫ ବର୍ଷରୁ କମ୍ ବୟସର ମହିଳା ନିବେଶ କରିପାରିବେ । ଏହି ଯୋଜନାରେ ପ୍ରତିଦିନ ୨୯ ଟଙ୍କା ଜମା କରିବା ଉପରେ ମ୍ୟାଚୁରିଟି ଉପରେ ୪ ଲକ୍ଷ ଟଙ୍କା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

ଯଦି ଆପଣ ୨୦ ବର୍ଷ ବୟସ ଏବଂ ପ୍ରତିମାସରେ ୮୯୯ ଟଙ୍କା (ପ୍ରତିମାସରେ ୨୯ ଟଙ୍କା) ଜମା କରୁଛନ୍ତି ତେବେ ପ୍ରଥମ ବର୍ଷରେ ଆପଣଙ୍କୁ କେବଳ ୧୦,୯୫୯ ଟଙ୍କା ଜମା ହେଉଛି । ଯଦି ଆପଣ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୮୯୯ ଟଙ୍କା ଜମାକରୁଛନ୍ତି ତେବେ ୨୦ ବର୍ଷରେ ସମୁଦାୟ ୨ ଲକ୍ଷ ୧୪ ହଜାର ଟଙ୍କା ନିବେଶ କରିହେବ । ଯେଉଁଥିରେ ଆପଣଙ୍କୁ ପଲିସିକୁ ମ୍ୟାଚ୍ୟୁର ହେବା ପରେ ୩ ଲକ୍ଷ ୯୭ ହଜାର ଟଙ୍କା ମିଳିବ । ଏହି ପଲିସିରେ ନିବେଶ କରି ମହିଳା ନିଜ ଭବିଷ୍ୟତ ସୁରକ୍ଷିତ କରିପାରିବେ ଏବଂ ୨୦ ବର୍ଷ ପରେ ଏକ ମୋଟା ଅଙ୍କର ଫଣ୍ଡ୍ ଏକାଠି କରିପାରିବେ ।

ଏଲଆଇସିର ଆଧାରଶିଲା ପ୍ଲାନ୍ ସିକ୍ୟୁରିଟି ଏବଂ ସେଭିଙ୍ଗ୍ସ ଉଭୟ ଉପଲବ୍ଧ କରାଇଥାଏ । ଏହାର ଫାଇଦା କେବଳ ସେହି ମହିଳା ଉଠାଇପାରିବେ । ଯାହାଙ୍କର ଆଧାର କାର୍ଡ ଥିବ । ଏଲଆଇସିର ଏହି ପ୍ଲାନ୍ ପଲିସିଧାରକ ଏବଂ ତାଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥକ ସାହାଯ୍ୟ ମିଳିଥାଏ । ପଲିସିରେ ମ୍ୟାଚ୍ୟୁରିଟଇ ଉପରେ ପଲିସିଧାରକଙ୍କୁ ଟଙ୍କା ମିଳିଯାଇଥାଏ ।

କ’ଣ ଏହି ପଲିସି?

ଏଲଆଇସି ଆଧାର ଶିଳା ପ୍ଲାନ୍ ଅନୂଯାୟୀ ମୂଳ ସମ୍ ଆସ୍ୟୁର୍ଡ ସର୍ବନିମ୍ନ ୭୫୦୦୦ ଟଙ୍କା ଏବଂ ସର୍ବାଧିକ ୩ ଲକ୍ଷ ଟଙ୍କା ଅଟେ । ପଲିସିର ସମୟ ସର୍ବନିମ୍ନ ୧୦ ବର୍ଷ ଏବଂ ଅଧିକାଂଶ ୨୦ ବର୍ଷ ଅଟେ । ଏଲଆଇସିର ପ୍ଲାନରେ ୮ ରୁ ୫୫ ବର୍ଷର ମହିଳା ନିବେଶ କରିପାରିବେ । ଏଥିରେ ସର୍ବାଧିକ ମ୍ୟାଚୁରିଟି ବୟସ ୭୦ ବର୍ଷ । ପ୍ଲାନରେ ପ୍ରିମିୟମର ପେମେଣ୍ଟ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଆଧାରରେ କରିପାରିବେ ।