fbpx

ଏହି ଭୁଲଗୁଡ଼ିକ ଯୋଗୁଁ ଖରାପ ହୋଇଥାଏ ସମ୍ପର୍କ: ବୈବାହିକ ଜୀବନରେ ଆସିଥାଏ ଫାଟ

ଯଦି ଆପଣ ରିଲେସନସିପରେ ଅଛନ୍ତି ବା ବାହାହୋଇଛନ୍ତି, ତେବେ ଆପଣଙ୍କୁ ନିଜ ସମ୍ପର୍କକୁ ନିବିଢ଼ କରିବା ଉଚିତ୍ କିଛି ଭୁଲ କରିବାରୁ ଦୂରେଇ ଯିବା ଆବଶ୍ୟକ । ସମ୍ପର୍କରେ ଛୋଟ-ଛୋଟ ଝଗଡ଼ା, ଯୁକ୍ତି ହେବା ତ ସାମାନ୍ୟ କଥା । ଅନେକଥର ଏପରି କିଛି ହେବା ପରେ ସମ୍ପର୍କ ପୁଣି ଥରେ ଠିକରେ ଚାଲିଥାଏ । କିନ୍ତୁ ବେଳେବେଳେ ଝଗଡ଼ା ବଢ଼ିବଢ଼ି ଅଧିକ ବଡ଼ ହୋଇଯାଏ ଓ ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ କିଛି ଭୁଲ ନକରିବା ଉଚିତ୍, ଯାହାଫଳରେ ଆପଣଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ସେପରି ନିବିଡ଼ ହୋଇ ରହିବ । ତେବେ ଆସନ୍ତୁ ଜାଣିବା କି, ଆପଣଙ୍କୁ କେଉଁ ଭୁଲ୍ ନକରିବା ଉଚିତ୍…

ପାର୍ଟନର ସହ ଧୋକା:-
ଆପଣଙ୍କୁ ସବୁବେଳେ ନିଜ ପାର୍ଟନର ସହିତ ବିଶ୍ୱାସର ସହ ରହିବା ଉଚିତ୍ । ରିଲେସନସିପ ଖରାପ କରିବାର ସବୁଠାରୁ ବଡ଼ କାରଣ ହେଉଛି ଧୋକା । ଅଧିକାଂଶ ଲୋକ ରିଲେସନସିପରେ ଆସନ୍ତି ଓ ନିଜ ପାର୍ଟନରଠାରୁ ବିଶ୍ୱାସ ଆଶା କରନ୍ତି । ଏପରି ପରିସ୍ଥିତିରେ ଆପଣ ଧୋକ ଦେଲେ ତାଙ୍କ ଭରସା ଭାଙ୍ଗିଯାଏ । ଫଳରେ ଆପଣ ନିଜ ପାର୍ଟନରଙ୍କୁ ଧୋକା ଦିଅନ୍ତୁ ନାହିଁ ।

ସମୟ ନଦେବା:-
ଭଲ ରିଲେସନସିପ ପାଇଁ ପରସ୍ପର ଭିତରେ କଥାବାର୍ତ୍ତା ଓ ପ୍ରେମ ରହିବା ଆବଶ୍ୟକ । ଯଦି ଆପଣ ନିଜ ପାର୍ଟନରଙ୍କ ପାଇଁ କିଛି ସମୟ ବାହାର କରିପାରୁନାହାନ୍ତି, ତେବେ ଏହା ଆପଣଙ୍କ ସମ୍ପର୍କକୁ ଖରାପ କରିଦେବ । ଏଥିପାଇଁ ପରସ୍ପର ଭିତରେ କଥାବାର୍ତ୍ତା ନିହାତି ଜରୁରୀ । ପାର୍ଟନରଙ୍କୁ ସମୟ ନଦେବାରୁ ସେମାନଙ୍କ ଧ୍ୟରେ ପ୍ରେମ ଶେଷ ହୋଇଯାଏ ଓ ଆପଣଙ୍କ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ଥାଏ ।

ମିଛ କହିବା:-
ମିଛ କହିବା ବା ସତ ଲୁଚାଇବା ଧିରେ ଧିରେ ସନ୍ଦେହକୁ ବଢ଼ାଇଥାଏ ଓ ଏହି ସନ୍ଦେହ ଯେକୌଣସି ସମ୍ପର୍କକୁ ଖରାପ କରିଦିଏ । ଅନେକଥର ଲୋକ ନିଜ ପାର୍ଟନରଙ୍କ ପାଖରେ ଛୋଟ-ଛୋଟ ମିଛ ଏହା ଭାବି କୁହନ୍ତି କି, ସତ ସାମ୍ନାକୁ ଆସିଲେ ସେମାନେ ସମ୍ଭାଳିଦେବେ । କିନ୍ତୁ ଏପରି କିଛ ବାରମ୍ବାର ସାମ୍ନାକୁ ଆସିଲେ ଆପଣଙ୍କ ସମ୍ପର୍କ ଭାଙ୍ଗିପାରେ । ଏଥିପାଇଁ ପାର୍ଟନରଙ୍କୁ ସବୁବେଳେ ସତ କୁହନ୍ତୁ ।

Get real time updates directly on you device, subscribe now.