fbpx

ଉଦ୍ଧବ ଗୋଷ୍ଠୀ ସିନ୍ଦେ ଗୋଷ୍ଠୀ ମୁହାଁ ମୁହିଁ ; ଅନୁମତି ନ ମିଳିଲେ …..ଚ୍ୟାଲେଞ୍ଜ ଦେଲା ଉଦ୍ଧବ ସେନା

ମୁମ୍ବାଇ: ଶିବାଜୀ ପାର୍କରେ ଦଶହରା ରାଲି ଉପରେ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି । ମଙ୍ଗଳବାର ଏହି ରାଲି ସମ୍ପର୍କରେ ଉଦ୍ଧବ ଠାକ୍ ରେ ଦଳ ଏକ ବଡ଼ ଘୋଷଣା କରିଛି । ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏହାର ଅନୁମୋଦନ ଦେଉଛି କି ନାହିଁ ଏହାକୁ ଖାତିର୍ ନକରି ଶିବାଜୀ ପାର୍କ ପଡିଆରେ ଦଳର ବାର୍ଷିକ ଦଶହରା ରାଲି ଆୟୋଜନ କରିବ ବୋଲି ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନାଦୃଢ଼ତାର ସହ କହିଛି । ମୁମ୍ବାଇର ପୂର୍ବତନ ମେୟର ମିଲିନ୍ଦ ବୈଦ୍ୟଙ୍କ ନେତୃତ୍ୱରେ ଶିବସେନା ନେତାଙ୍କ ଏକ ପ୍ରତିନିଧୀଦଳ ନଗର ନିଗମ ଅଧିକାରୀଙ୍କୁ ଭେଟି ଏହି ରାଲି ଆୟୋଜନ ପାଇଁ ଅନୁମତି ମାଗିଛନ୍ତି । ସେ ଆହୁରି କହିଛନ୍ତି କି ଆମେ ଅନୁମତି ପାଉ କି ନପାଉ ଆମେ ଶିବାଜୀ ପାର୍କରେ ଏକାଠି ହେବୁ । ଆମେ ଆମର ନିଷ୍ପତ୍ତି ଉପରେ ଅତ୍ୟନ୍ତ ଦୃଢ଼ ଓ ପଛକୁ ହଟିବୁନି । ସେ କହିଛନ୍ତି ଯେ ଯଦି ଆମକୁ କୌଣସି ଉତ୍ତର ନମିଳେ ତେବେ ବାଲାସାହେବଙ୍କ ଶିବସେନା କର୍ମୀମାନେ ଦଶହରା ରାଲି ପାଇଁ ଶିବାଜୀ ପାର୍କରେ ଏକାଠି ହେବୁ । ଏଠାରେ ସୂଚନାଯୋଗ୍ୟ ଯେ ଉଭୟ ଉଦ୍ଧବ ଓ ଏକନାଥଙ୍କ ଗୋଷ୍ଠୀ ଶିବାଜୀ ପାର୍କରେ ଦଶହରା ରାଲି ଆୟୋଜନ ପାଇଁ ଅନୁମତି ମାଗିଛନ୍ତି । ପ୍ରଥମରୁ ଶିବସେନା ଏହି ସ୍ଥାନରେ ଦଶହରା ରାଲି ଆୟୋଜନ କରିଆସୁଛି । ବିଏମସି ଏପର୍ଯ୍ୟନ୍ତ ଏହିପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନାହିଁ ।

ବିକଳ୍ପ ଭାବରେ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ (ବି.କେ.ସି)ର ଏମ୍ଏମ୍ଆର୍ଡିଏ ଗ୍ରାଉଣ୍ଡରେ ଏକ ରାଲି ଆୟୋଜନ କରିବାକୁ ଅନୁମତି ପାଇଁ ଉଭୟ ଦଳ ମଧ୍ୟ ଆବେଦନ କରିଛନ୍ତି । ଏହି ସମୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର କହିଛନ୍ତି ଯେ ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଶିବସେନାଙ୍କୁ ଶିବାଜୀ ପାର୍କରେ ଏକ ରାଲି କରିବାକୁ ଅନୁମତି ଦିଆଯିବା ଉଚିତ ଏବଂ ଯଦି ଅନୁମତି ନ ଦିଆଯାଏ ତେବେ ସେମାନେ ଆଇନର ଆଶ୍ରୟ ନେବା ଉଚିତ୍ ।

ସୂଚନାଥାଉକି ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଗାଦିଚ୍ୟୁତ କରିବାରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଓ ପରେ ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହେବା ପରେ ଏବେ ଦୁଇଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।

Get real time updates directly on you device, subscribe now.