fbpx

Harun India Rich List 2022 ଘୋଷଣା: ଟପରେ ଅଦାନୀ

ନୂଆଦିଲ୍ଲୀ: ହାରୁନ ଇଣ୍ଡିଆ ଟପ ଧନୀ-୨୦୨୨ ତାଲିକାରେ ଟପରେ ରହିଛନ୍ତି ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ । ଦ୍ୱିତୀୟ ସ୍ଥାନରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି । ୧୧ତମ ବାର୍ଷିକ ରିପୋର୍ଟରେ ଚଳିତ ବର୍ଷର ଅଗଷ୍ଟ ମାସ ସୁଦ୍ଧା ଧନୀ ବ୍ୟକ୍ତିଙ୍କ ମୋଟ ସମ୍ପତ୍ତି ଗଣନା କରାଯାଇଛି । ଚଳିତ ବର୍ଷ ଅଦାନୀ ଦୈନିକ ୧୬୧୨ କୋଟି ଟଙ୍କା ରୋଜଗାର କରିଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୦,୯୪,୪୦୦ କୋଟି ।

ବିଜିନେସ ଟୁଡେ ରିପୋର୍ଟ ମୁତାବକ, ଆଇଆଇଏଫଲ ୱେଲଥ ହାରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୨ ଅନୁସାରେ ଅଦାନୀ ୧୦ ଲକ୍ଷରୁ ଅଧିକ ନେଟ ୱର୍ଥ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଥିବା ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୭,୯୪,୭୦୦ କୋଟି । ଗତ ଏକ ବର୍ଷ ମଧ୍ୟରେ ଅଦାନୀଙ୍କ ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ଏହି ଅବଧିରେ ତାଙ୍କର ସମ୍ପତ୍ତିରେ ୫,୮୮,୫୦୦ କୋଟି ବୃଦ୍ଧି ଘଟିଛି । ଅମ୍ବାନୀଙ୍କଠାରୁ ଅଦାନୀଙ୍କର ପାଖାପାଖି ୩ ଲକ୍ଷ କୋଟି ଟଙ୍କା ଅଧିକ ରହିଛି ।

ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ରହିଛନ୍ତି ସାଇରସ ପୁନାୱାଲା, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ୨,୦୫,୪୦୦ କୋଟି । ଚତୁର୍ଥ ସ୍ଥାନରେ ଥିବା ଶିବ ନାଦରଙ୍କର ୧,୮୫,୮୦୦ କୋଟି, ପଞ୍ଚମ ସ୍ଥାନରେ ଥିବା ରାଧାକିଶନ ଦମାନୀଙ୍କର ୧,୭୫,୧୦୦ କୋଟିର ସମ୍ପତ୍ତି ରହିଛି । ଦିଲୀପ ସାଂଘବୀ ଓ ଉଦୟ କୋଟକ ଯଥାକ୍ରମେ ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ଡେଲିଭରି ଷ୍ଟାର୍ଟଅପ୍ ଜେପ୍ଟୋର ସହପ୍ରତିଷ୍ଠାତା ୧୯ ବର୍ଷୀୟ କୈବଲ୍ୟ ଭୋରା ସବୁଠାରୁ କମ୍ ବୟସ୍କ ଭାବେ ସ୍ଥାନ ପାଇଛନ୍ତି । ତେବେ ଷ୍ଟାଟଅପ ଇନକମ କ୍ଷେତ୍ରରେ ଭାରତ ଯେ ଆଗକୁ ବଢ଼ୁଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.