fbpx
BSKY SKY
BSKY SKY

ଆପଣଙ୍କ କେଉଁ ଗୁଣ ଯୁବତୀଙ୍କୁ ଅଧିକ ଆକର୍ଷୀତ କରିଥାଏ, ଜାଣନ୍ତୁ

BSKY

ଆପଣଙ୍କୁ ଏପରି କିଛି ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ଯୁବତୀମାନେ ବେଶ୍ ପସନ୍ଦ କରନ୍ତି। ଏହାଫଳରେ ଆପଣ ଯୁବତୀଙ୍କୁ ନିଜ ଭଲପାଇବା ସମ୍ପର୍କରେ ସୂଚନା ଦେବା ସହ ନିଜ ଆଡ଼କୁ ଆକର୍ଷିତ କରିପାରିବେ।

ଯୁବତୀଙ୍କୁ ସମ୍ମାନ ଦେଉଥିବା ଦରକାର: ଯଦି ଆପଣ କୌଣସି ଯୁବତୀଙ୍କୁ ଇମ୍ପ୍ରେସ୍ କରିବାକୁ ଚାହୁଁଥାନ୍ତି ତେବେ ସର୍ବପ୍ରଥମେ ସମସ୍ତ ମହିଳାଙ୍କୁ ସମ୍ମାନ ଦିଅନ୍ତୁ । କାହିଁକି ନା ଯୁବତୀମାନେ ଏହାଫଳରେ ଆପଣଙ୍କ ପ୍ରତି ଇମ୍ପ୍ରେସ୍ ହୋଇଥାନ୍ତି।

ବିଭିନ୍ନ ସମୟରେ ମଜା କରିବା: ଯୁବତୀମାନେ ଏପରି ଯୁବକଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଯେଉଁମାନେ ସେମାନଙ୍କୁ ଏଣ୍ଟରଟେନ୍ କରାଇବାରେ ସଫଳ ହୋଇଥାନ୍ତି । ପ୍ରତ୍ୟେକ ଯୁବକଙ୍କ ନିକଟରେ ଏପରି କ୍ୱାଲିଟି ନଥାଏ । ତେଣୁ ଆପଣ ଯଦି କୌଣସି ଯୁବତୀଙ୍କୁ ଇମ୍ପ୍ରେସ କରିବାକୁ ଚାହୁଁଥାନ୍ତି ତେବେ ତାଙ୍କ ସାମ୍ନାରେ କିଛି ସମୟରେ ମଜାକ୍ କରି ତାଙ୍କୁ ଏଣ୍ଟରଟେନ୍ କରାଇବାକୁ ଚେଷ୍ଟା କରନ୍ତୁ ।

କେୟାରିଂ ନେଚର: ଯୁବତୀମାନେ ଏପରି ଯୁବକଙ୍କ ପ୍ରତି ଆକର୍ଷୀତ ହୁଅନ୍ତି ଯେଉଁମାନେ ତାଙ୍କର ଯତ୍ନ ଠିକ୍ ଭାବେ ରଖିପାରିବେ ବୋଲି ସେମାନେ ଭାବିଥାନ୍ତି । ଆପଣ ଯାହାକୁ ଭଲ ପାଉଥାନ୍ତି ତାଙ୍କର ପ୍ରତ୍ୟେକ ପସନ୍ଦ ନାପସନ୍ଦ ସମ୍ପର୍କରେ ମଧ୍ୟ ଜ୍ଞାନ ରହିବା ଜରୁରୀ । ଯୁବତୀମାନେ ଯାହାକୁ ଭଲ ପାଆନ୍ତି ସେ ତାଙ୍କର ପ୍ରତ୍ୟେକ ସ୍ଥିତିରେ ତାଙ୍କ ଯତ୍ନ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସେମାନେ ଚାହାନ୍ତି ।

ପରିସ୍କାର ରୁହନ୍ତୁ, ଆଖପାଖ ସଫା ରଖନ୍ତୁ: ମଇଳା ତଥା ଅଳିଆ ଆବର୍ଜନାଙ୍କୁ ସମସ୍ତେ ଘୃଣା କରିଥାନ୍ତି । ଖାସ୍ କରି ଯୁବତୀମାନେ ଅପରିସ୍କାରକୁ ଅଧିକ ଘୃଣା କରିଥାନ୍ତି ଏବଂ ସେମାନଙ୍କୁ ପରିସ୍କାର ରହିବା ଅନେକ ପସନ୍ଦ । ତେଣୁ ଯୁବତୀଙ୍କୁ ଇମ୍ପ୍ରେସ୍ କରିବାକୁ ଚାହୁଁଥିଲେ ନିଜେ ପରିସ୍କାର ରୁହନ୍ତୁ ଏବଂ ନିଜ ଆଖପାଖ ପରିସ୍କାର ରଖନ୍ତୁ ।

 

Get real time updates directly on you device, subscribe now.