fbpx

ଆଜି ଠାରୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ; ପ୍ରଥମ ତିନି ଦିନ ହେବ ଇଣ୍ଡକ୍ସନ କ୍ଲାସ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ଏହାକୁ ଇଣ୍ଡକ୍ସନ କ୍ଲାସ ବୋଲି କୁହାଯାଇଛି । ୨୨ ତାରିଖରୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ ଏହି କ୍ଲାସ ଚାଲିବ । ଏହି କ୍ଲାସରେ କଲେଜ କର୍ତ୍ତୃପକ୍ଷ ସ୍କୁଲ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବେ । ଏହାକୁ ଆପଣ ଏକ ଆଲୋଚନା କ୍ଲାସ ବୋଲି ମଧ୍ୟ କହି ପାରିବେ । କାରଣ ଏହି କ୍ଲାସରେ ପ୍ରତ୍ୟକ ବିଷୟଭିତ୍ତିକ ଶିକ୍ଷକ ମାନେ ତାଙ୍କ ବିଷୟରେ ପିଲାମାନଙ୍କୁ ସୂଚନା ଦେବେ । ଭିନ୍ନ ଭିନ୍ନ ବିଭାଗର ଅଲଗା ଅଲଗା ଇଣ୍ଡକ୍ସନ କ୍ଲାସ ହେବ ।

ତେବେ ପିଲାମାନଙ୍କ ପାଠ୍ୟକ୍ରମରେ କଣ ରହିଛି । ଟାଇମଟେବୁଲ,ପରୀକ୍ଷା ପ୍ରଣାଳୀ, ପରୀକ୍ଷା ଢ଼ାଞ୍ଚା ଆଦି ବିଷୟରେ ଅବଗତ କରାଇବେ । କରୋନା ସମୟରେ ଛାତ୍ର ଛାତ୍ରୀ ମାନେ ଯେଉଁ ଭଳି ପଢ଼ା ଠାରୁ ଦୂରେଇ ଯାଇଥିଲେ ମୁଖ୍ୟତ ଭିନ୍ନ ଉପାୟରେ ତାଙ୍କର ଆଗ୍ର୍ରହ ପୁଣି ଥରେ ଫେରାଇ ଆଣିବାକୁ ଗଣଶିକ୍ଷା ମାଧ୍ୟମ ନିରନ୍ତର ପ୍ରୟାସ କରୁଛି । ଏହା ସହିତ ପିଲା ମାନଙ୍କୁ ସମସ୍ତ ଶିକ୍ଷା ମଧ୍ୟ ଦିଆଯାଉଛି ଯାହା ଦ୍ୱାରା ଯଦି ସେମାନେ ର୍ୟାଗିଙ୍ଗ ଆଦି ସହୁଛନ୍ତି ତେବେ କିଭଳି ସାହାସର ସହିତ ପ୍ରକାଶ କରିପାରିବେ ଏହା ମଧ୍ୟ ଶିକ୍ଷା ଦିଆଯାଉଛି । ଏହି ସବୁ ସୂଚନା କୁ ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.