fbpx

AIIMS Delhiର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡ. ଏମ. ଶ୍ରୀନିବାସ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଦିଲ୍ଲୀର ନୂଆ ନିର୍ଦ୍ଦେଶକ ଭାବେ ଡ. ଏମ. ଶ୍ରୀନିବାସ ନିଯୁକ୍ତି ପାଇଛନ୍ତି । ଡ. ଶ୍ରୀନିବାସ ଏହା ପୂର୍ବରୁ ଇଏସଆଇସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ହାଇଦ୍ରାବାଦର ଡିନ ଦାୟିତ୍ୱରେ ରହିଥିଲେ । ସେ ଏବେ ଡ. ରଣଦୀପ ଗୁଲେରିଆଙ୍କ ସ୍ଥାନରେ କାର୍ଯ୍ୟ କରିବେ । ଏନେଇ କର୍ମଚାରୀ ଓ ତାଲିମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ଗତ ୯ ତାରିଖରେ ଶ୍ରୀନିବାସଙ୍କ ନିଯୁକ୍ତି ନେଇ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ପକ୍ଷରୁ ଅନୁମୋଦନ ମିଳିଥିଲା । ଶ୍ରୀନିବାସଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ମିଳିଥିବା ବେଳେ ସେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଡ. ଗୁଲେରିଆଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ୨୪ ତାରିଖରେ ସମାପ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ କମିଟି ପକ୍ଷରୁ ଏହି ପଦବୀ ପାଇଁ ଆଶାୟୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା । ତେଣୁ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ଗୁଲେରିଆଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

ଏମ୍ସ ଦିଲ୍ଲୀର ନୂଆ ନିର୍ଦ୍ଦେଶକ ପଦବୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଜୈବ ପ୍ରାଧ୍ୟୋଗିକୀ ବିଭାଗ ସଚିବ ରାଜେଶ ଏସ. ଗୋଖେଲ, ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ ପ୍ରମୁଖ ଏହି ସମିତିର ସଦସ୍ୟ ରହିଥିଲେ ।

Get real time updates directly on you device, subscribe now.