fbpx

PM Kisaan Yojanaରେ ଚାଷୀଙ୍କୁ ଏହିଦିନ ମିଳିବ ଦ୍ୱାଦଶ କିସ୍ତିର ୨୦୦୦ଟଙ୍କା: ନୂଆ ଅପଡେଟ ଦେଲେ

ନୂଆଦିଲ୍ଲୀ: ପିଏମ କିସାନ ଯୋଜନାକୁ ନେଇ ନୂଆ ଅପଡେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ମାସ ଦେଶର କୋଟି କୋଟି ଚାଷୀଙ୍କୁ ମିଳିବ ପିଏମ କିସାନ ଯୋଜନାର ଦ୍ୱାଦଶ କିସ୍ତି । ଚାଷୀମାନଭ୍କ ଆମଦାନୀ ବୃଦ୍ଧି କରିବା ପାଇଁ ରକାରଙ୍କ ତରଫରୁ ସ୍ୱତନ୍ତ୍ର ଯୋଜନା ଜାରି କରାଯାଇଛି । ଆସନ୍ତୁ ଜାଣିବା ଏହି ନୂଆ ଅନଡେଟ ବିଷୟରେ ।

କେନ୍ଦ୍ର ସରକାରଙ୍କ ତରଫରୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରି ଦିଆଯିବ । ତେବେ କେଉଁ ଚାଷୀମାନଙ୍କ ଖାତାକୁ ଟଭ୍କା ଆସିବ ଏହାର ଷ୍ଟାଟସ ଆପଣମାନେ ଚେକ କରିପାରିବେ ।

-ଯୋଜନାର ଅଫିସିଆଲ ୱେବସାଇଟକୁ ଯାଇ ହୋମ ପେଜରେ ଫାର୍ମର କର୍ଣ୍ଣର ଉପରେ କ୍ଲିକ କରନ୍ତୁ

-ଏହାପରେ ବେନିଫିସିଆରୀ ଷ୍ଟାଟସକୁ କ୍ଲିକ କଲେ ଏକ ନୂଆ ପେଜ ଓପନ ହେବ ।

-ଏଥିରେ ଚାଷୀଙ୍କ ସମସ୍ତ ତଥ୍ୟ ପୂରଣ କରି ସବମିଟ କରନ୍ତୁ । ଏହାପରେ ବେନିପିସିଆରୀ ଷ୍ଟାଟସ ଓପନ ହୋଇପାରିବ ।

-ଏହାଦ୍ୱାରା ଚାଷୀଙ୍କୁ କିସ୍ତିର ଟଙ୍କା ମିଳିଛି କି ନାହିଁ, ତାହା ମଧ୍ୟ ଜାଣିହେବ ।

ଚାଷୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଏହି ଯୋଜନାରେ କୋଟି କୋଟି ଚାଷୀ କୃଷି ପ୍ରତି ଆଗ୍ରହୀ ହୋଇଛନ୍ତି । ଯାହାଦ୍ୱାରା କୃଷକଙ୍କର ଲାଭ ହେବା ସହ ଦେଶ ପୁଣି ଥରେ କୃଷି କ୍ଷେତ୍ରରେ ଆଗେଇବାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି ।

Get real time updates directly on you device, subscribe now.