fbpx

ଗୌତମ ଅଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ହେଲା ବଡ଼ ଚୁକ୍ତି: ମଝିରେ ଝୁଲିଲେ କର୍ମଚାରୀ

ମୁମ୍ବାଇ: ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ ଏବଂ ମୁକେଶ ଅମ୍ବାନୀ ଦୁହିଁଙ୍କ ମଧ୍ୟରେ ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ମୁତାବକ ଅଦାନୀ ସମୁହର କର୍ମଚାରୀ କିମ୍ବା ମୁକେଶଙ୍କ ଲିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ନିଯୁକ୍ତି ହୋଇପାରିବେ ନା ଅମ୍ବାନୀଙ୍କ କମ୍ପାନୀରେ କାର୍ଯ୍ୟ କରିଥିବା କର୍ମଚାରୀ ଗୌତମ ଅଦାନୀଙ୍କ କମ୍ପାନୀରେ ନିଯୁକ୍ତି ପାଇବେ। ଏହି ଚୁକ୍ତିନାମା ଚଳିତ ବର୍ଷ ମେ’ ରୁ ଲାଗୁ ହୋଇଛି। ବିଜନେସ୍ ଇନସାଇଡରର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ଏହି ଖବରକୁ ନେଇ ଦୁଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଚୁକ୍ତିର କାରଣ: ଏହି ଚୁକ୍ତି ଏହି କାରଣ ପାଇଁ ଗୁରୁତ୍ୱପୁର୍ଣ୍ଣ, କାରଣ ଅଦାନୀ ଏବେ ସେହି କ୍ଷେତ୍ର ଗୁଡ଼ିକରେ ପ୍ରବେଶ କରୁଛି ଯେଉଁଥିରେ ପୁର୍ବରୁ ରିଲାଏନ୍ସର ଦବଦବା ରହିଛି। ଗତବର୍ଷ ଅଦାନୀ ସମୁହ ଅଦାନୀ ପେଟ୍ରୋକେମିକାଲ ଲିମିଟେଡ୍ ଜରିଆରେ ପେଟ୍ରୋକେମିକାଲ କ୍ଷେତ୍ରରେ ପ୍ରବେଶ କରିଛି। ଏହି କ୍ଷେତ୍ରରେ ଲିଲାଏନ୍ସର ସବୁଠୁ ବଡ଼ ଉପସ୍ଥିତି ରହିଛି।

ସେହିପରି ଟେଲିକମ୍ କ୍ଷେତ୍ରରେ ମଧ୍ୟ ଅଦାନୀ ସମୁହ ଏଣ୍ଟ୍ରୀ ପାଇଁ ପ୍ରଥମ ପାଦ ବଢାଇ ସାରିଲାଣି। ନିକଟରେ ୫ଜି ସ୍ପେକ୍ଟ୍ରମ୍ ପାଇଁ କମ୍ପାନୀ ନିଲାମ ଡାକିଥିଲା। ଅନ୍ୟପଟେ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ଅଦାନୀ ଏବଂ ଅମ୍ବାନୀ ପରସ୍ପରର ପ୍ରତିଦ୍ୱନ୍ଦି ଭଳି ଦେଖାଯାଉଛନ୍ତି। ଏହିଭଳି ଗଣମାଧ୍ୟମରେ ମଧ୍ୟ ଅଦାନୀ ସମୁହ ଏଣ୍ଟ୍ରୀ ମାରି ସାରିଲାଣି।

କେତେ କର୍ମଚାରୀ ପ୍ରଭାବିତ ହେବେ: ଦୁଇ କମ୍ପାନୀ ମଧ୍ୟରେ ଏହି ଚୁକ୍ତି ଫଳରେ ଲକ୍ଷାଧିକ କର୍ମଚାରୀ ପ୍ରଭାବିତ ହେବ। ଦକ୍ଷତା ଏବଂ ଦରମା ବୃଦ୍ଧି ହେତୁ କମ୍ପାନୀଗୁଡିକ ‘ଏବେ ଏହି ଚୁକ୍ତିନାମା ଉପରେ ଗୁରୁତ୍ୱ ଦେଉଛନ୍ତି। କର୍ମଚାରୀଙ୍କ ଡିମାଣ୍ଡ କିମ୍ବା ଦରମା ବୃଦ୍ଧି କମ୍ପାନୀଗୁଡିକ ପାଇଁ ଏକ ବିପଦ ଅଟେ। ବିଶେଷକରି ସେହି କ୍ଷେତ୍ରରେ ଯେଉଁଠାରେ ପ୍ରତିଭା କମ୍ ଥାଏ।

 

Get real time updates directly on you device, subscribe now.