fbpx

NSS Awards ପ୍ରଦାନ କଲେ ରାଷ୍ଟ୍ରପତି, ୪୨ ଜଣଙ୍କୁ ମିଳିଲା ସେବା ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୧ ବର୍ଷ ପାଇଁ ଜାତୀୟ ସେବା ସ୍କିମ (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି । ମୋଟ ୪୨ ଜଣଙ୍କୁ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ଦିଆଯାଇଛି । ଦୁଇଟି ବିଶ୍ୱବିଦ୍ୟାଳୟ, ୧୦ଟି ଏନଏସଏସ ୟୁନିଟ, ସେମାନଙ୍କର ପ୍ରୋଗ୍ରାମ ଅଫିସର ଓ ୩୦ ଜଣ ଏନଏସଏସ ସ୍ୱେଚ୍ଛାସେବୀ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିସିଥ ପ୍ରମାଣିକ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାରଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଥାଏ ।

ୟୁନିଭରସିଟି, କଲେଜ, ଦୁଇ କାଉନସିଲ, ସିନିୟର ସେକେଣ୍ଡାରୀ, ଏନଏସଏସ ୟୁନିଟ ଓ ପ୍ରୋଗ୍ରାମ ଅଫିସର, ଏନଏସଏସ ଭଲ୍ୟୁଣ୍ଟରଙ୍କୁ ଏନଏସଏସ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ । ଏନଏସଏସ ସ୍କିମ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଛାତ୍ର, ଯୁବକଙ୍କ ବ୍ୟକ୍ତିତ୍ୱର ବିକାଶ ଲକ୍ଷ୍ୟରେ ୧୯୬୯ ମସିହାରେ ଏହାକୁ ଲଞ୍ଚ କରାଯାଇଥିଲା । ମହାତ୍ମା ଗାନ୍ଧିଙ୍କ ପ୍ରେରଣାକୁ ଏନଏସଏସରେ ପ୍ରାଧାନ୍ୟ ଦିଆଯାଇଥାଏ । ଏନଏସଏସର ମୋଟୋ ହେଉଛି ‘ନଟ୍ ମି, ବଟ ୟୁ ସ୍ୱୟଂ ସେ ପହଲେ ଆପ ।’

Get real time updates directly on you device, subscribe now.