fbpx

ଭୁବନେଶ୍ୱରରେ ପହଞ୍ଚିଲେ ଲିଜେଣ୍ଡ କ୍ରିକେଟର: ଆସନ୍ତାକାଲି ବାରବାଟୀରେ ମହାସଂଘର୍ଷ

ଭୁବନେଶ୍ୱର: ଆସନ୍ତାକାଲି କଟକ ବାରବାଟୀ ମ୍ୟାଚରେ ଖେଳାଯିବ ଲିଜେଣ୍ଡସ ଲିଗ କ୍ରିକେଟ । ମୁହାଁମୁହିଁ ହେବେ ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ବୋଲର ହରଭଜନ ସିଂହ ଏବଂ ଇରଫାନ ପଠାନ । ଏଥିପାଇଁ ଉଭୟ ଦଳର ଖେଳାଳିମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ମ୍ୟାଚକୁ ଦେଖିବା ପାଇଁ ମଧ୍ୟ ଫ୍ୟାନ୍ସମାନଙ୍କ ମଧ୍ୟରେ କୁବ ଉତ୍ସାହ ଦେଖିବାକୁ ମିଳିଛି ।

ଭିଲୱାରା କିଙ୍ଗସ ଏବଂ ମହୀପାଲ ଟାଇଗର୍ସ ମଧ୍ୟରେ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ଦଳର ଦୁଇ ଅଧିନାୟକ ଇରଫାନ ପଠାନ ଏବଂ ହରଭଜନ ସିଂହଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଲିଜେଣ୍ଡସ ଲିଗ କ୍ରିକେଟର ଏହି ଦୁଇ ଟିମ ମଧ୍ୟରେ ଏକ ମହାସଂଘର୍ଷ ଦେଖିବେ କ୍ରିକେଟ ଫ୍ୟାନ୍ସ । ସେପଟେ କଟକରେ ମ୍ୟାଚ ହେଉଥିବାରୁ ମ୍ୟାଚ ପାଇଁ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ମ୍ୟାଚର ଅଧିକାଂଶ ଟିକେଟ ବିକ୍ରି ହୋଇସାରିଛି ।

Get real time updates directly on you device, subscribe now.