fbpx

(Video) ଗୁହାଳ ଭିତରେ ଏଟିଏମ୍ ନା’ ଏଟିଏମ ଭିତରେ ଗୁହାଳ: କ’ଣ କିଛି ବୁଝାପଡ଼ୁନି…

ସୋସିଆଲ ମିଡିଆରେ କିଛିବି ଭାଇରାଲ ହେବାକୁ ବେଶି ସମୟ ଲାଗିନଥାଏ । କୌଣସି ପୋଷ୍ଟ କିମ୍ବା ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ହତବାକ୍ କରିଦେଇଛି । ଭିଡିଓରେ ଦେଖାଯାଉଛି ଗୋଟିଏ ଗାଈ ଏଟିଏମ ବୁଥକୁ ଗୌଶାଳା ଭାବିଦେଇଛି । ବୋଧହୁଏ ଗାଈକୁ ଏସି ଭଲ ଲାଗୁଛି ।

ଏହି ଭିଡିଓଟି ମଧ୍ୟପ୍ରଦେଶ ରେୱାର । ଯେଉଁଠାରେ ଜଣେ ବ୍ୟକ୍ତି ଏଟିଏମରୁ ଟଙ୍କା ଉଠାଇବାକୁ ଯାଇ କିପରି ଅସୁବିଧାର ସାମ୍ନା କରୁଛନ୍ତି । ତାହାବି ପୁଣି ଏକ ଗାଈ ଯୋଗୁଁ । ଭିଡିଓରେ ଦେଖାଯାଉଛି ଗାଈଟି ପୁରା ଆରାମରେ ଏଟିଏମରେ ଶୋଇଛି । ଖାଲି ସେତିକି ନୁହେଁ ବୋଧହୁଏ ଏସି ହାୱାକୁ ବେଶ୍ ପସନ୍ଦ ଆସିଯାଇଛି । ଆଉ ଏଟିଏମରେ ଗୋବର କରି ନିଜ ଗୁହାଳ ଭାବି ଏଠାରେ ଅତି ଆରାମରେ ବସିଛି ।

ବ୍ୟକ୍ତିଜଣକ ବା ଆଉ କ’ଣ କରିପାରିବେ ନାକ ବନ୍ଦ କରି ଏଟିଏମରୁ ଟଙ୍କା ଉଠାଇବାକୁ ବାଧ୍ୟ ହୋଇଛନ୍ତି । ସେପଟେ ଏହି ଭିଡିଓକୁ ନେଇ ଅନେକ ସେମାନଙ୍କର କମେଣ୍ଟ ରଖିଛନ୍ତି । କିଛି ୟୁଜର କହିଛନ୍ତି ବୋଧ ହୁଏ ଗାଈକୁ ଡାଇରିଆ ହୋଇଯାଇଛି, ତାକୁ ଡାକ୍ତର ପାଖକୁ ନେବା ଦରକାର । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.