fbpx

(ଭିଡିଓ)ବିମାନରେ ସେଓ ବିକିଲେ ବୁଲାବିକାଳି, ଦୃଶ୍ୟ ଦେଖି ତାଜୁବ୍ ହେଲେ ଯାତ୍ରୀ, ଏମିତି ରହିଛି ଘଟଣା

ନୂଆଦିଲ୍ଲୀ: ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଟ୍ରେନ ଏବଂ ବସ୍ ଷ୍ଟାଣ୍ଡରେ ସର୍ବଦା ବୁଲା ବିକାଳିଙ୍କୁ ଦେଖିବାକୁ ମିଳିଥାଏ। ଏହି ସବୁ ବୁଲାବିକାଳି ଅଭିନବ ଶୈଳୀରେ କଥା କହି କିମ୍ବା ଡାକ ପକାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାନ୍ତି। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ବୁଲାବିକାଳିଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। କାରଣ ଏହି ବୁଲାବିକାଳି ବିମାନ ଭିତରେ ସେଓ ବିକ୍ରି କରୁଥିଲା।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ବିମାନ ଭିତରେ ସେଓ ବିକ୍ରି କରୁଛନ୍ତି ଏବଂ ଲୋକଙ୍କ ନିକଟକୁ ଯାଇ ସେଓ ନେବାକୁ କହୁଛନ୍ତି। ମାତ୍ର ଯେତେବେଳେ ଭିଡିଓର ସତ୍ୟତା ଜଣା ପଡିଲା, ଲୋକେ ବୁଝି ନେଇଥିଲେ ଯେ ଘଟଣାର ବାସ୍ତବତା କଣ।

ବାସ୍ତବରେ ଏହି ଯୁବକ ନା ବୁଲାବିକାଳି ଥିଲେ ନା ବିମାନରେ ସେଓ ବିକୁଥିଲେ। ଏହି ଯୁବକ ସେଓ ବିକ୍ରି କରିବାର କେବଳ ଅଭିନୟ କରୁଥିଲେ। ଯୁବକଙ୍କ ବ୍ୟତୀତ ତାଙ୍କ ପରିବାରର କିଛି ସଦସ୍ୟ ବିମାନରେ ବସିଛନ୍ତି। ହେଲେ ଏହି ସମୟରେ ବିମାନଟି ଉଡାଣ ଭରିନଥିଲା। ଏମିତି ଲାଗୁଛି ବିମାନଟି ପ୍ରାଇଭେଟ୍ ପ୍ଲେନ ଥିଲା ଏବଂ ଏହାର ବୁକିଂ ଖୋଦ୍ ଏହି ଲୋକେ କରିଛନ୍ତି।

ଉଲ୍ଲେଖନୀୟ ବିମାନରେ ଏମିତି ବୁଲାବିକାଳି ପ୍ରବେଶ କରି ପାରିବେ ନାହିଁ ଏବଂ ନା ଏହି ପରି ଭିତରେ କେହି ସେଓ ବିକି ପାରିବେ। ଏଥିପାଇଁ ଏହି ଭିଡିଓ କେବଳ ମଜା ପାଇଁ ତିଆରି କରାଯାଇଛି। ଭିଡିଓ ପ୍ରସ୍ତୁତ କରାଯିବାର ଉଦ୍ଦେଶ୍ୟ ସାମାଜିକ ଗଣମାଧ୍ୟମରେ ଯେମିତି ଅଧିକରୁ ଅଧିକ ଲାଇକ୍ ମିଳିବ। ଭିଡିଓରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Bj Bala (@bjbala_kpy)

Get real time updates directly on you device, subscribe now.