fbpx

ନବରାତ୍ରୀରେ କାହିଁକି ଖାଆନ୍ତି ନାହିଁ ଏହି ଖାଦ୍ୟ: ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାଫଳରେ ବିଧି ଅନୁସାରେ ସେହି ଦେବାଦେବୀଙ୍କୁ ଧରାପୃଷ୍ଟକୁ ଆବାହନ କରାଯାଇଥାଏ । ଏଥିସହିତ ନିଷ୍ଠା ଏବଂ ନିତି କାନ୍ତିରେ ସେହି ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ତେବେ ହିନ୍ଦୁ ଧର୍ମ ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଦୁର୍ଗତିନୀଶିନୀ ମା ଗୁର୍ଗା ଏହି ଧରାପୃଷ୍ଟକୁ ଆଗମନ କରିଥାନ୍ତି । ଯାହାକି ଚଳିମାସ ୨୬ ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଯାଇଛି । ଏହି ଦିନ ଠାରୁ ଠିକ୍ ୯ ଦିନ ପର୍ଯ୍ୟନ୍ତ ମାଙ୍କ ବିଭିନ୍ନ ରୂପକୁ ପୂଜା କରାଯାଇଥାଏ । ଏତତ୍ ବ୍ୟତୀତ ଏହି ୯ ଯାଏ କିଛି ଖାଦ୍ୟ ଖାଇବାକୁ ମଧ୍ୟ ବାରଣ କରାଯାଇଥାଏ । ତେବେ ନବରାତ୍ରୀରେ କାହିଁକି ଏହି ସବୁ ଖାଦ୍ୟ ବରାଣ ଥାଏ ଆସନ୍ତୁ ଜାଣିବା …

ବାସି ଖାଦ୍ୟ: ପୌରାଣିକ ତଥ୍ୟ ଅନୁଯାୟୀ ବାସି ଖାଦ୍ୟକୁ ତାମସିକ ଭୋଜନ ବୋଲି କୁହାଯାଇଥାଏ । ଏଥିସହିତ ଏହାକୁ ଅପବିତ୍ର ବୋଲି ମଧ୍ୟ କୁହାଯାଏ । ତେଣୁ ନବରାତ୍ରୀରେ କିମ୍ବା କୌଣସି ବି ପୂଜା ଉପବାସରେ ବାସି ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ ।

ମୂଳା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ସହ ମୂଳାର ସମ୍ବନ୍ଧ ଥିବା କୁହାଯାଇଛି । ରାହୁ ଦୋଷ ଦୁର କରିବା ପାଇଁ ମୂଳାଦାନ କରାଯାଇଥାଏ । ଏଥିସହିତ ମୂଳା ସେବନ ଦ୍ୱାରା ଏହା ମନରେ ବିଳାଶପୂର୍ଣ୍ଣ ଗୁଣ ଏବଂ ଅନୈତିକ ଗୁଣକୁ ବୃଦ୍ଧି କରିଥାଏ । ତେଣୁ କୌଣସି ଓଷା ବ୍ରତରେ ମୂଳା ସେବନକୁ ବାରଣ କରାଯାଇଥାଏ ।

ବାଇଗଣ: ନବରାତ୍ରୀ ସମୟରେ ବାଇଗଣ ସେବନ କରିବା ଉଚିତ୍ ନୁହେଁ । କାରଣ ବାଇଗଣରେ ବିଳଶପୂର୍ଣ୍ଣ ଗୁଣ ରହିଥାଏ । ଯାହାକି ସାତ୍ତ୍ୱିକ ଭାଭକୁ ଦମନ କରିବା ସହ କାମ ଭାବକୁ ଜାଗ୍ରତ କରିଥାଏ । ତେଣୁ ପୂଜା ପର୍ବ ସମୟରେ ବାଇଗଣ ସେବନ କରିବାକୁ ବାରଣ କରାଯାଇଥାଏ ।

ଗାଜର: ନବରାତ୍ରୀ ବତ୍ର କରୁଥିବା ବ୍ୟକ୍ତିମାନେ ଗାଜର ଏବଂ ସିତାଫଳ ସେବନ ଠାରୁ ଦୂରେଇ ରୁହନ୍ତୁ । ଏହା ଅନୈତିକ ମନୋଭାବକୁ ବୃଦ୍ଧି କରିଥାଏ । ଏତତ୍ ବ୍ୟତୀତ ଗାଜରୁ ମାଟିତଳେ ହେଉଥିବାରୁ ଏହାକୁ ପୌରାଣିକ କଥାରେ ଅଶୁଭ ବୋଲି ବିବେଚନା ମଘଧ୍ୟ କରାଯାଇଥାଏ ।

ମସୁର ଡାଲି: ଧାର୍ମିକ ଦୃଷ୍ଟିକୋଣରୁ ମସୁର ଡାଲିକୁ ଅପବିତ୍ର ବୋଲି କୁହାଯାଇଥାଏ । ମଙ୍ଗଳ ଗ୍ରହ ସହ ଏହାର ସମ୍ବନ୍ଧ ଥିବା କୁହାଯାଇଥାଏ । ତେବେ ମସୁରଡାଲି ସେବନ କରିବା ଦ୍ୱାରା ମନରେ ତାମସିକ ବିଚାର ସୃଷ୍ଟି ହୋଇଥାଏ । ତେଣୁ ଓଷା ବତ୍ର ସମୟରେ ମସୁର ଡାଲିର ସେବନକୁ ବାରଣ କରାଯାଇଥାଏ ।

Get real time updates directly on you device, subscribe now.