fbpx

UGC ଲାଗୁ କରିବ ନୂଆ ନିୟମ! ୪ ବର୍ଷିଆ ଡିଗ୍ରୀ ପରେ ସିଧାସଳଖ PhDରେ ଆଡମିସନ, ରିସର୍ଚ୍ଚ ପେପର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି । ୪ ବର୍ଷର ଡିଗ୍ରୀ ପୂରା କରିବା ପରେ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ପିଏଚଡି ପ୍ରୋଗ୍ରାମରେ ଆଡମିସନ କରିବା ନେଇ ଅନୁମତି ଦିଆଯାଇପାରେ । ଏହି ନିୟମ ଲାଗୁ ହେବା ପରେ ଛାତ୍ରଛାତ୍ରୀମାନେ ୪ ବର୍ଷର ବାଚେଲର ଡିଗ୍ରୀ ପୂରା କରିବା ପରେ ସିଧାସଳଖ ପିଏଜଡି ପ୍ରୋଗ୍ରାମରେ ନାମଲେଖାଇ ପାରିବେ । ବର୍ତ୍ତମାନ ଗ୍ରାଜୁଏସନରେ ସର୍ବନିମ୍ନ ୭୫ ପ୍ରତିଶତ ନମ୍ବର ସହିତ ଏହା ସମକକ୍ଷ ଗ୍ରେଡର ଆବଶ୍ୟକତା ରହିଛି । ଏଥିସହିତ ଯଦି କୌଣସି ଛାତ୍ରଛାତ୍ରୀ ୪ ବର୍ଷୀୟା ଗ୍ରାଜୁଏସନ କରିଛନ୍ତି ଓ ଏକ ବର୍ଷର ମାଷ୍ଟର ପ୍ରୋଗ୍ରାମ ପୂରା କରିଛନ୍ତି, ତେବେ ତାଙ୍କୁ ମଧ୍ୟ ପିଏଚଡି ପ୍ରୋଗ୍ରାମରେ ଆଡମିସନ ସୁଯୋଗ ଦିଆଯିବ ।

ୟୁଜିସି ଏନେଇ ଏକ ରେଗୁଲେସନ ଡ୍ରାଫ୍ଟ ପ୍ରସ୍ତୁତ କରୁଛି । ଆଶା କରାଯାଉଛି, ପିଏଚଡି ଆଡମିସନ ପାଇଁ ନୂଆ ନିୟମର ଘୋଷଣା ଆସନ୍ତା ସପ୍ତାହରେ କରାଯାଇପାରେ । ଏହି ପିଏଚଡି ପ୍ରୋଗ୍ରାମ ଅନଲାଇନ ମୋଡ଼ରେ କରାଯିବ କି ନା ସେନେଇ ୟୁଜିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ୟୁଜିସିର ଏକ ଅନ୍ୟ ଏକ ନିୟମ ମୁତାବକ, ଗ୍ରାଜୁଏସନ ପରେ ରିସର୍ଚ୍ଚ ପେପର ପବ୍ଲିସ କରିବାର ବାଧ୍ୟତାମୂଳକକୁ ହଟାଇ ଦିଆଯିବ ।

ବର୍ତ୍ତମାନ ପିଏଚଡି ପ୍ରୋଗ୍ରାମରେ ଆଡମିସନ ପାଇଁ ମାଷ୍ଟର ଡିଗ୍ରୀ ବାଧ୍ୟତାମୂଳକ ଅଟେ । ଯେଉଁମାନେ ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନ ସହିତ ୟୁଜିସି-ନେଟ, ୟୁଜିସି-ସିଏସଆର, ନେଟ, ଗେଟ ବା ସିଇଇଡି ବା ଏହାର ସମକକ୍ଷ ନ୍ୟାସନାଲ ଲେବଲ ଟେଷ୍ଟରେ ସ୍କଲାରସିପ ପାଇଁ କ୍ୱାଲିଫାଏ କରୁଛନ୍ତି, ସେମାନେ ନାମଲେଖାଇ ପାରୁଛନ୍ତି ।

Get real time updates directly on you device, subscribe now.