fbpx

ପିଲାଙ୍କ ଇଚ୍ଛା ପୂରଣ କରି ବିଶ୍ୱ ରେକର୍ଡ କଲେ ଜନ୍ ସେନା: ଛୁଟୁଛି ପ୍ରଶଂସାର ସୁଅ…

ନୂଆଦିଲ୍ଲୀ: WWE ର ଚାମ୍ପିୟନ ରହିସାରିଥିବା ରେସଲର ଜନ୍ ସେନା(John Cena) ଙ୍କୁ ବହୁତ ଲୋକ ଜାଣିଥିବେ । ଖାଲି ଜଣେ ରେସଲର ଭାବରେ ନୁହେଁ ସେ ଜଣେ ସେଲିବ୍ରିଟି ଭାବରେ ମଧ୍ୟ ପରିଚିତ । କିନ୍ତୁ ଏବେ ତାଙ୍କର କିଛି ଏଭଳି କାମକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ତାଙ୍କର ପ୍ରଶଂସା କରିବେ । ଗତ ସପ୍ତାହରେ ଗିନିଜ୍ ୱାର୍ଲ୍ଡ ରେକର୍ଡ (Guiness World Record) ଘୋଷଣା କରିଛି ଯେ ଏହି ୫୪ ବର୍ଷୀୟ ଏହି ଆମେରିକୀୟ ରେସଲର ଜନ୍ ସେନା ସବୁଠୁ ଅଧିକ ଇଚ୍ଛା ପୂରଣ କରି ବିଶ୍ୱ ରେକର୍ଡ କରିଛନ୍ତି ।

ମେକ-ଏ-ୱିଶ୍ ଫାଉଣ୍ଡେସନ(Make-a-Wish Foundation) ଜରିଆରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ନନ୍ ପ୍ରଫିଟ୍ ଟ୍ରଷ୍ଟ ୨.୫ ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କର ଇଚ୍ଛା ପୂରଣ କରିଥାଏ ଯେଉଁମାନଙ୍କୁ କୌଣସି ଗୁରୁତର ରୋଗର ସମସ୍ୟା ରହିଛି । ଜୁଲାଇ ୧୯ ସୁଦ୍ଧା ଜନ୍ ୬୫୦ ପିଲାଙ୍କ ଇଚ୍ଛା ପୂରଣ କରିଥିଲେ । ଏନେଇ ସେ କହିଛନ୍ତି ଯେ ଯେତେବେଳେବି ଆପଣଙ୍କୁ ଏଥିପାଇଁ ମୋର ଦରକାର ପଡ଼ିବ, ମୁଁ ଯାହା କରୁଥିଲେ ବି ମୁଁ ଯଥାସମ୍ଭବ ସାହାଯ୍ୟ କରିବାକୁ ପହଞ୍ଚିଯିବି । ମୁଁ ଭାବୁଛି ଏହାହିଁ ସବୁଠାରୁ ମୋ ପାଇଁ ଭଲ କଥା ।

ଏଥିପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ତରଫରୁ ତାଙ୍କୁ ‘herculean’ ଆଖ୍ୟା ଦିଆଯାଇଛି । କାରଣ ବିଗତ ୪୨ ବର୍ଷ ମଧ୍ୟରେ ମେକ-ଏ-ୱିଶ ପାଉଣ୍ଡେସନର କେହିବି ୨୦୦ ରୁ ଅଧିକ ଇଚ୍ଛା ପୂରଣ କରାଇପାରିନାହାଁନ୍ତି । ଆଉ ଏଥିପାଇଁ ସେ ପିଲାଙ୍କ ମଧ୍ୟରେ ସବୁଠାରୁ ଅଧିକ ପସନ୍ଦର ସେଲିବ୍ରିଟି ହୋଇଯାଇଛନ୍ତି ।

ଜନ୍ ସେନା ୧୩ ଥର WWE ଚାମ୍ପିୟନସିପ୍ ହାସଲ କରିଛନ୍ତି ଏହା ସହ ତିନିଥର ହେଭିୱେଟ୍ ଚାମ୍ପିୟନସିପ୍ ଟାଇଟଲ ଏବଂ ୫ ୟୁନାଇଟେଡ୍ ଷ୍ଟେଟ୍ସ ଚାମ୍ପିୟନସିପ୍ ଟାଇଟଲ ହାସଲ କରିଛନ୍ତି । ସେ ୧୯୯୯ରେ ତାଙ୍କର ପ୍ରଫେସନାଲ କ୍ୟାରିୟର ଆରମ୍ଭ କରିଥିଲେ ।

Get real time updates directly on you device, subscribe now.