fbpx

ଆର ପାରିରେ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା

ଭୁବନେଶ୍ୱର:ବର୍ତ୍ତମାନ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବିଜେଡି ବିଧାୟକ ତଥା ପଦ୍ମପୁର ବିଧାୟକଙ୍କ ପରଲୋକ ଘଟିଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏକ ଘରୋଇ ହସ୍ୱିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୬୪ ବର୍ଷ ବୟସରେ ଆଖି ବୁଜିଛନ୍ତି ବିଧାୟକ । ପାଞ୍ଚ ପାଞ୍ଚ ଥର ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀଯୁକ୍ତ ବରିହା । ତେବେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହାପରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୧୯୯୦ ରୁ ୨୦୦୦ ଯାଏଁ ସେ ଜନତା ଦଳ ରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ରୁ ୨୦୦୪ ଏବଂ ୨୦୦୯ ରୁ ୨୦୦୧୪ ଯାଏଁ  ବିଜେଡି ବିଧାୟକ ଥିଲେ । ୨୦୧୯ ରେ ସେ ବିଜେଡି ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବରଗଡ ଜିଲ୍ଲାର ବିଜେଡି ସଭାପତି ଭାବେ ମଧ୍ୟ ଦାଇତ୍ୱ ତୁଲାଉ ଥିଲେ । ବରଗଡ ଗୋଟିଏ ଟାଣୁଆ ନେତା ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀଯୁକ୍ତ ବରିହା କିଡନୀ ରୋଗ ସହିତ ଏହାକଧିକ ରୋଗରେ ପିଡୀତ ଥିଲେ । ତେବେ ଗତକାଲି ଏକ ଘରୋଇ ହସ୍ପିଟାଲରେ ସେ ଦେହତ୍ୟାଗ କରିଛନ୍ତି ।

Get real time updates directly on you device, subscribe now.