fbpx

ଏହି ଲେଜେଣ୍ଡ ଅଭିନେତ୍ରୀ ନିଜ ଫିଲ୍ମ ସେଟରେ ଖାଇଥିଲେ ଶକ୍ତ ଚାପୁଡା: ଜାଣନ୍ତୁ ଏହାର ପ୍ରକୃତ କାରଣ..

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ମୁଖାର୍ଜିଙ୍କ ମା’ ଅଭିନେତ୍ରୀ ତନୁଜା ସମର୍ଥଙ୍କୁ କିଏ ବା ନଜାଣେ । ତାଙ୍କର ସେହି ଅଭୁଲା ଅଭିନୟର ଯାଦୁ ଆଜି ବି ଲୋକଙ୍କ ମନରେ ବଂଚି ରହିଛି । ତେବେ ଅଭିନୟ ଜଗତରୁ ତନୁଜା ଏବେବି ଅବସର ନେଇ ନାହାନ୍ତି । ୭୦ ଦଶକରୁ ଆଜି ଯାଏଁ ତନୁଜା ଟୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ବେଳେ ସେ ଜଣେ ଭଲ ଅଭିନେତ୍ରୀ ଭାବେ ଆଜିବି ବଲିଉଡରେ ବେଶ ପରିଚିତ ଅଛନ୍ତି ।୭୦ ଦଶକରେ ତନୁଜାଙ୍କ ହିନ୍ଦି ସିନେମା ଜଗତରେ ଅନେକ କାହାଣୀ ରହିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଲେଜେଣ୍ଡ ଅଭିନେତ୍ରୀ ତାଙ୍କ ଫିଲ୍ମ କ୍ୟାରିୟରେ ଶକ୍ତ ଚାପୁଡା ମଧ୍ୟ ଖାଇଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଏକି ଏବଂ କାହିଁକି ଚାପୁଡା ମାରିଥିଲେ ।

ତନୁଜାଙ୍କୁ ମାରିଥିଲେ ଏହି ବ୍ୟକ୍ତି:

ସୁଟିଙ୍ଗ ସମୟରେ ତନୁଜା ଜୋରଦାର ଚାପୁଡା ଖାଇଥିଲେ । ସେହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଦରାଗୀ ଫିଲ୍ମ ନିର୍ଦ୍ଦେଶକ ଭାବରେ କେଦାର ଶର୍ମା ବେଶ ପରିଚିତ ଥିଲେ । ଥରେ ସେ ଫିଲ୍ମ ସେଟରେ ଅବିନେତ୍ରୀ ତନୁଜାଙ୍କୁ ଏକ ଜୋରଦାର ଚାପୁଡା ମାରିଥିଲେ । ଜଣେ ନିର୍ଦ୍ଦେଶକ ତନୁଜାଙ୍କୁ ଚାପୁଡା ମାରିବା ପଛର କାରଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଭିନେତ୍ରୀ ତନୁଜାଙ୍କ କ୍ୟାରିଅର ଫିଲ୍ମ ‘ଛବିଲୀ’ ରୁ ଆରମ୍ଭ ହୋଇଥିଲା । ତେବେ କେଦାର ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ । ଜଣାପଡିଛି ଯେ, ସେ ସମୟରେ ତନୁଜା ବହୁତ ଚୁଲବୁଲି ଥିଲେ । ତେବେ ସେ ଫିଲ୍ମ ସେଟରେ ମଧ୍ୟ ସମସ୍ତଙ୍କ ସହ ସବୁବେଳେ ଥଟ୍ଟା ମଜା କରୁଥିଲେ । ସୁଟିଂ ସେଟରେ ତନୁଜାଙ୍କ ଏହି ଅଭ୍ୟାସ କେଦାର ଶର୍ମାଙ୍କୁ କେବେ ବି ପସନ୍ଦ ଆସେନାହିଁ । ଥରେ ଫିଲ୍ମରେ ତନୁଜାଙ୍କର ଏକ କାନ୍ଦିବାର ସିନ୍ ଥିବାବେଳେ ତନୁଜା କାନ୍ଦିବା ବଦଳରେ ବାରମ୍ବାର ହସି ଦେଉଥିଲେ । ଯାହାଫଳରେ ତନୁଜାଙ୍କ ଏପରି ସିନକୁ ଦେଖି କେଦାର ଶର୍ମା ଭୀଷଣ ରାଗି ଯାଇଥିଲେ । ଶେଷରେ ସେ ତନୁଜାଙ୍କୁ ଫିଲ୍ମ ସେଟରେ ହିଁ ଶକ୍ତ ଚାପୁଡା ମାରିଥିଲେ ।

ତନୁଜା ଯେତେବେଳେ ଏହି କଥା ସେଟରେ ତାଙ୍କ ମା’ଙ୍କୁ ଜଣାଇଲେ, ତାଙ୍କ ମା’ ମଧ୍ୟ ଏଭଳି ଭୁଲ ପାଇଁ ତନୁଜାଙ୍କୁ ଚାପୁଡା ମାରିଥିଲେ । ଏହାପରେ ତନୁଜା ଜୋର ଜୋରରେ କାନ୍ଦିବାକୁ ଲାଗିଥିଲେ । ଯାହା ଫଳରେ ତନୁଜାଙ୍କର ସେହି ଫିଲ୍ମ ସିନ୍ ଟି ସୁଟିଂ ହୋଇଥିଲା । ତେବେ ଅଭିନେତ୍ରୀ ତନୁଜା ଏକ ଫିଲ୍ମ ପରିବାରରୁ ଆସିଥିଲେ । ତାଙ୍କ ପରିବାରର ପ୍ରତ୍ୟେକ ବ୍ୟକ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ । ତନୁଜା ତାଙ୍କ କ୍ୟାରିଅରରେ ‘ଜ୍ୱେଲ ଥିଫ୍, ହାଥି ମେରେ ସାଥୀ, ଅମର ପ୍ରେମ, ସପନୋ କା ସୌଦାଗର ଓ ଭୁତ ବଙ୍ଗଳା’ ଭଳି ବହୁତ ସୁନ୍ଦର ଫିଲ୍ମରେ କାମ କରିଛନ୍ତି ।

Get real time updates directly on you device, subscribe now.