fbpx

ଭାରସ୍ୟାମ ହରାଇ ଖାତକୁ ଖସିଲା ବରଯାତ୍ରୀ ବସ୍:୩୨ ମୃତ ୧୨ ଆହତ…

ଉତ୍ତରଖଣ୍ଡ: ଉତ୍ତରାଖଣ୍ଡର ପୌରି ଗରିୱାଲ ଏକ ଯାଦତ୍ରୀବାହି ବସ୍ ଦୁର୍ଘଟଣା ଗ୍ରସ୍ତ ହୋଉଛି । ଫଳରେ ଏହି ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଆହାତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ ବସ୍ ରେ ମୋଟ ୪୦ ରୁ ୫୦ ଜଣ ଲୋକ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ସୁରକ୍ଷିତ ଥିବା ଜଣା ପଡିଛି ।

Uttarakhand bus accident: 47 killed, 11 injured in Pauri-Garhwal district; Rs 2 lakh ex-gratia for kin of deceased-India News , Firstpost

ତେବେ ଏହି ବସ ଟି ହରିଦ୍ୱାର ଜିଲ୍ଲାର ଲାଲଡଙ୍ଗ ଜିଲ୍ଲାରୁ ବରଯାତ୍ରୀ ନେଇ ପୌରିର ଗରିୱାଲ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ବର ଯାତ୍ରୀ ବସ ଟି ସିମଡି ଗାଁ ନିକଟରେ ନିଜର ଭାରସ୍ୟାମ ହରାଇ ଏକ ୫୦୦ ମିଟର ଖାତକୁ ଖସିପଡିଥିଲା । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୨ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଏହି ଘଟଣାର ଖବର ପାଇ ଜିଲ୍ଲା ଅଧିକାରୀ ବିଜୟ କୁମାର , ଏସଡିଏମ୍ ସ୍ମିତା ପରମାର ଘଟଣାସ୍ଥଳରେ ପହଞ୍ଛଛନ୍ତି । ଏଥିସିହତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.