fbpx

NIT କ୍ୟାମ୍ପସରେ ବାଘ! ତିନୋଟି ଗାଈକୁ ଆକ୍ରମଣ କଲା, ୬୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟରେ ଥରୁଛନ୍ତି

ନୂଆଦିଲ୍ଲୀ: ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୋପାଳ କ୍ୟାମ୍ପସରେ ବାଘ ଘୁସିଯାଇଛି । ଏହାକୁ ନେଇ ହଡ଼କମ୍ପ ମଚିଯାଇଥିବା ବେଳେ କଲେଜକୁ ତୁରନ୍ତ ବନ୍ଦ କରି ଦିଆଯାଇଛି । ଏନେଇ ବନ ବିଭାଗର ଅଧିକାରୀଙ୍କୁ ଖବର ଦିଆଯିବା ସହ ମନିତ ଭୋପାଳର ଅଫଲାଇନର କ୍ଲାସକୁ ସସପେଣ୍ଡ କରି ଦିଆଯାଇଛି । ତେବେ କ୍ୟାମ୍ପସ ମଧ୍ୟରେ କେହି ବାଘକୁ ବର୍ତ୍ତମାନ ସୁଦ୍ଧା ଦେଖି ନାହାନ୍ତି । କ୍ୟାମ୍ପସରେ ବାଘର ପଞ୍ଝାର ଚିହ୍ନ ରହିଥିବା ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟ ବନ ବିଭାଗର ଅଧିକାରୀଙ୍କ ସୂଚନା ମୁତାବକ ବାଘ ଦୁଇ-ତିନିଟି ଗାଈ ଉପରେ ହମଲା କରିଛି । ଏହି ଖବର ପାଇବା ପରେ ମନିତ ଭୋପାଳର ରେଜିଷ୍ଟ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ସଙ୍ଗେସଙ୍ଗେ ଅଫଲାଇନ୍ କ୍ଲାସକୁ ବନ୍ଦ କରି ଦେଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ଅନଲାଇନ କ୍ଲାସ ଜାରି ରହିବ । ଆସନ୍ତା ସପ୍ତାହରୁ ପୁନର୍ବାର କ୍ଲାସ ଆରମ୍ଭ ହୋଇପାରେ ।

ତେବେ ବର୍ତ୍ତମାନ ବାଘକୁ କ୍ୟାମ୍ପସରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବାଘ ନିଜେ ନିଜେ କ୍ୟାମ୍ପସ ବାହାରକୁ ଚାଲିଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ବିକଳ୍ପ ଭାବେ କଲେଜ କ୍ୟାମ୍ପସର କିଛି ସ୍ଥାନରେ ପିଞ୍ଜରା ରଖାଯାଇଛି । ଏଥିସହିତ କ୍ୟାମେରା ଲଗାଯିବା ସହ ଡ୍ରୋନରେ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ଏନଆଇଟିର ମୋଟ ୬୫୦ ଏକର ପରିମିତ ଜମିରେ ସ୍ଥାପିତ ହୋଇଥିବା ବେଳେ ୬ ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ କ୍ୟାମ୍ପସରେ ଏକପ୍ରକାରର ବନ୍ଦୀ ଅବସ୍ଥାରେ ଭୟରେ ରହିଛନ୍ତି । ସମସ୍ତଙ୍କୁ ରାତିରେ ନିଜ ନିଜର ଘରେ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.