fbpx

ଆବାସିକ କୋଠାରେ ଲାଗିଲା ନିଆଁ ;ଜୀବନ ବଞ୍ଚାଇବା ପାଇଁ ବାଲକୋନୀରୁ ଡେଇଁଲେ ଲୋକ

ମୁମ୍ବାଇ:ଶନିବାର ମୁମ୍ବାଇର ନିୟୁ ତିଲକ ନଗର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୨:୪୩ ସମୟରେ ଉକ୍ତ ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ବାଲକୋନୀ ବାଟେ ଓଲ୍ହେଇ ଥିବାର ଦେଖିବାକୁ ମିଳିଥିଲା । ମୁମ୍ବାଇ ଫାୟାର ବ୍ରିଗେଡ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।

ନିଆଁ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଲଡିଂରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନାନୁସାରେ, ଦ୍ୱାଦଶ ମହଲାର ଏକ ଫ୍ଲାଟରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହିତ ଆମ୍ବୁଲାନ୍ସ ଏବଂ ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।

Get real time updates directly on you device, subscribe now.