ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନ୍

ଭୁବନେଶ୍ୱର: ଓଡ଼ିଶାରେ ନିଜର କ୍ଷମତା ବିସ୍ତାର କରୁ ଟିସିଏ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବିଷୟରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନଙ୍କ ପାଖରେ ଏହି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସନ୍ଧ୍ୟାରେ ନବୀନ ନିୱାସରେ ଭେଟିବା ବେଳେ ଟାଟା ସନ୍ସ ଅଧ୍ୟକ୍ଷ ଶ୍ରୀ ଏନ. ଚନ୍ଦ୍ରଶେଖରନଙ୍କୁ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଉଭୟ ଟାଟା ଷ୍ଟିଲ ସମେତ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। TCS ଭୁବନେଶ୍ୱର କେନ୍ଦ୍ରରେ ଏହାର କ୍ଷମତାକୁ ୧୫ ହଜାରକୁ ବୃଦ୍ଧି କରିବ ବୋଲି ଏହି ବୈଠକରେ ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା (୫ ଟି) ସଚିବ ଭି.କେ ପାଣ୍ଡିଆନ୍ ଏବଂ ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ୍ ଉପସ୍ଥିତ ଥିଲେ।

 

Get real time updates directly on you device, subscribe now.