fbpx

Video : କୁକୁର ଛୁଆଙ୍କୁ କୋଳେଇ ନେଇ କ୍ଷୀର ପିଆଉଛି ମାଙ୍କଡ଼, ଦେଖିଲେ ଆପଣଙ୍କ ଆଖିରୁ ବି ଝରିଯିବ ଲୁହ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେଉଥିବାର ଆପଣମାନେ ତ ନିଶ୍ଚିତ ଦେଖିଥିବେ । ଏପରି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯେଉଁଥିରେ ଜଙ୍ଗଲର ପଶୁ କିମ୍ବା ଆମ ଆଖପାଖର ପଶୁ ଅନ୍ୟ ପ୍ରଜାତିର ପଶୁର ଛୁଆମାନଙ୍କୁ ପାଳୁଥିବା ବା ଗେଲ କରୁଥିବାର ଦେଖିବାକୁ ମିଳିଯାଏ । ଏପରି ଭିଡିଓ ୟୁଜର୍ସଙ୍କ ହୃଦୟକୁ ଛୁଇଁଯାଏ ।

ସାଧାରଣତଃ ଅନ୍ୟ ପ୍ରଜାତିର ପଶୁଙ୍କ ଛୁଆଙ୍କୁ ପାଳିବାର କାମ ମାଙ୍କଡ଼ ନହେଲେ କୁକୁର କରୁଥିବାର ଆପଣମାନେ ଦେଖିଥିବେ । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦର୍ଶକଙ୍କ ହୃଦୟ ଜିତିଛି । ଭିଡିଓରେ ଗୋଟିଏ ମାଙ୍କଡ଼ କୁକୁରର ଛୁଆଙ୍କୁ କୋଳେଇ ନେଇଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓକୁ ଶୁଭମ ଚୌଧୁରୀ ନାମକ ଜଣେ ବ୍ୟକ୍ତି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଏକ କୋଠାର ପିଲର ପାଖରେ ବସିଥିବା ମାଙ୍କଡ଼ଟି ୨ କୁକୁର ଛୁଆଙ୍କୁ ନିଜ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, କ୍ଷୀର ପିଆଇବା ସହ ସେ ସେମାନଙ୍କୁ ଗେଲ ମଧ୍ୟ କରୁଛି । ପାଖରେ ଥିବା ଲୋକମାନେ ଏହାର ଦୃଶ୍ୟ ନିଜ ମୋବାଇଲରେ କଏଦ୍ କରିବାରେ ଲାଗିପଡ଼ିଛନ୍ତି । ମା’ ସମସ୍ତଙ୍କ ପାଇଁ ସମାନ, ତାହା ଏହି ଭିଡିଓରେ ମା’ ମାଙ୍କଡ଼ଟି ପ୍ରମାଣ କରି ଦେଖାଇଛି । ନିଜ ପିଲା ସହିତ ସେ କୁକୁର ଛୁଆଙ୍କୁ ମଧ୍ୟ ସମାନ ଗେଲ କରିବା ସହ କ୍ଷୀର ପିଆଇଛି । ଏହି ଭିଡିଓ ଦେଖି ଆପଣ ମଧ୍ୟ ଭାବବିହ୍ୱଳ ହୋଇଯିବେ ।

 

View this post on Instagram

 

A post shared by Shubham Chaudhary (@truesubham)

Get real time updates directly on you device, subscribe now.