fbpx

ଏହି ସରକାରୀ ବ୍ୟାଙ୍କକୁ ମହଙ୍ଗା ଦରରେ ବିକ୍ରି କରିବାକୁ ଚାହୁଁଛନ୍ତି ସରକାର: ଏଥିରେ ନାହିଁ ତ’ ଆପଣଙ୍କ ଆକାଉଣ୍ଟ ?

ନୂଆଦିଲ୍ଲୀ: ଦେଶରେ ଘରୋଇକରଣ ଉପରେ କାମ ଦ୍ରୁତ ଗତିରେ ଚାଲିଛି । ସରକାର ଅନେକ କମ୍ପାନୀ ପାଇଁ ନିଲାମୀ ଡାକିବା ଆରମ୍ଭ ହୋଇଛି । ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ବ୍ୟାଙ୍କ ନିୟାମକ ଅଧିନିୟମରେ ସଂଶୋଧନ କରି ପିଏସବି ବ୍ୟାଙ୍କରେ ବିଦେଶୀ ମାଲିକାନା ଉପରେ ୨୦% ସୀମା ହଟାଇବାକୁ ସରକାର ସ୍ଥିର କରିଛନ୍ତି । ଏହି କ୍ରମରେ ସରକାର ପ୍ରଥମେ ଆଇଡିବିଆଇ ବ୍ୟାଙ୍କରୁ ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି ।

ଆଇଡିବିଆଇ ବ୍ୟାଙ୍କକୁ ମହଙ୍ଗା ମୂଲ୍ୟରେ ବିକ୍ରି କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତିି । ବ୍ଲୁମବର୍ଗ ସୂତ୍ରରୁ ପ୍ରକାଶ ଯେ, ସରକାର ରାଷ୍ଟ୍ରାୟତ୍ତ ଆଇଡିବିଆଇ ବ୍ୟାଙ୍କ ଲିମିଟେଡ୍ ପାଇଁ ପ୍ରାୟ ୬୪୦ ବିଲିୟନ କିମ୍ବା ୭.୭ ବିଲିୟନ ଡ଼ଲାରର ମୂଲ୍ୟ ଖୋଜୁଛନ୍ତି । ଯଦି ଏପରି ଘଟେ, ତେବେ ସରକାରୀ ଅଂଶର ଏହା ସବୁଠାରୁ ବଡ ବିକ୍ରୟ ହେବ ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଏବଂ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ମିଳିତ ଭାବେ ଆଇଡିବିଆଇ ବ୍ୟାଙ୍କରେ ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟର ଖବର ପ୍ରସାରିତ ହେବା ମାତ୍ରେ ଶୁକ୍ରବାର ଦିନ ଆଇଡିବିଆଇ ବ୍ୟାଙ୍କର ସେୟାର ୩% ବୃଦ୍ଧି ପାଇଛି । ଅର୍ଥାତ୍ ଏଥିରେ ନିବେଶକଙ୍କ ଆଗ୍ରହ ବଢ଼ୁଥିବା ଜଣାପଡିଛି ।

Get real time updates directly on you device, subscribe now.